ଓଡିଶା

odisha

ETV Bharat / sukhibhava

Teenage Skincare Routine: ଉଜ୍ଜ୍ବଳ ତ୍ବଚା ପାଇଁ ଜାଣନ୍ତୁ ଏହି ୧୦ ଟିପ୍ସ - ଯୁବାବସ୍ଥାରେ ତ୍ବଚାର ଯତ୍ନ

କିଶୋର ଅବସ୍ଥାରେ କ୍ୟାରିଅର ଟେନସନ ରହିବା ସ୍ବାଭାବିକ କଥା । ମାତ୍ର ଏହି ସମୟରେ ଆମ ତ୍ବଚା ସତେଜ ରହିଥାଏ । ଏଭଳି ସ୍ଥିତିରେ ଉତ୍ତମ ଖାଦ୍ୟ ଖାଇବା ସହ ସୁସ୍ଥ ଜୀବନଶୈଳୀ ଅନୁସରଣ କରିବା ଦ୍ବାରା ଆମ ତ୍ବଚା ଉଜ୍ଜ୍ବଳ ରହିଥାଏ । ତେବେ ଜାଣନ୍ତୁ କିଶୋର ଅବସ୍ଥାରେ କିପରି ସତେଜ, ଉଜ୍ଜ୍ବଳ ତ୍ବଚାର ଯତ୍ନ ନେବେ ? ଅଧିକ ପଢନ୍ତୁ

Teenage Skincare Routine: ଉଜ୍ଜ୍ବଳ ତ୍ବଚା ପାଇଁ ଜାଣନ୍ତୁ ଏହି ୧୦ ଟିପ୍ସ
Teenage Skincare Routine: ଉଜ୍ଜ୍ବଳ ତ୍ବଚା ପାଇଁ ଜାଣନ୍ତୁ ଏହି ୧୦ ଟିପ୍ସ

By

Published : May 9, 2022, 4:07 PM IST

ହାଇଦ୍ରାବାଦ: ଯୁବାବସ୍ଥା ଜୀବନର ସର୍ବୋତ୍କୃଷ୍ଟ ବୟସ ସୀମା ହୋଇଥାଏ । ଏହି ସମୟରେ ମଧ୍ୟ ଅନେକ ପ୍ରକାର ଚିନ୍ତା ରହିଥାଏ । ଏଗୁଡିକ ପରୀକ୍ଷା, ବନ୍ଧୁ(Friend Circle), ନିଜସ୍ବ ବ୍ୟକ୍ତିତ୍ବ( personal image) ଆଦି ଅନ୍ତର୍ଭୁକ୍ତ । ଯୁବପିଢି ଏହି ଚିନ୍ତାର ବଶବର୍ତ୍ତୀ ହେବା ଦ୍ବାରା ସେମାନଙ୍କ ତ୍ବଚା ଉପରେ ପ୍ରଭାବ ପଡେ । ମାତ୍ର ଏହି ବୟସରେ ଏଭଳି ଚିନ୍ତାଗ୍ରସ୍ତ ହେବା ସ୍ବାଭାବିକ କଥା । ଏଭଳି ସ୍ଥିତିରେ ମଧ୍ୟ ନିଜ ତ୍ବଚାର ଯତ୍ନ ନେବା ନିହାତି ଆବଶ୍ୟକ । ସାମାନ୍ୟ ସଚେତନ ହେଲେ ଯୁବପିଢି ଉଜ୍ଜ୍ବଳ ତ୍ବଚା ପାଇପାରିବେ ।

ଏହି ସମୟରେ ଶରୀରରେ ପରିବର୍ତ୍ତନ(physical changes) ମଧ୍ୟ ହୋଇଥାଏ । ବିଶେଷ ଭାବରେ ତ୍ବଚାର ଗଠନରେ ପରିବର୍ତ୍ତନ ହୁଏ ବୋଲି କହିଛନ୍ତି ଚର୍ମ ବିଶେଷଜ୍ଞ ଡକ୍ଟର ଗଗନ ଭାଟିଆ । ସେ କହିଛନ୍ତି ଯେ, " ସାଧାରଣତଃ କିଶୋର ଅବସ୍ଥାରେ ମୁହଁରେ ବ୍ରଣ ବାହାରିବା, ତେଲିଆ ହେବା , ଦାଗ, ହ୍ବାଇଟହେଡ, ବ୍ଲାକହେଡ୍, ସନବର୍ନ(Sunburns) ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ଶରୀରର ହରମୋନାଲ ଗଠନ ପରିବର୍ତ୍ତନ ଯୋଗୁଁ କିଶୋରବସ୍ଥାରେ ଚର୍ମ ସମ୍ବେଦନଶୀଳ ହୋଇଯାଏ ଏବଂ ଏହିପରି ଅତିରିକ୍ତ ଧ୍ୟାନ ଆବଶ୍ୟକ କରେ ।

ଏଥିଲାଗି ଡକ୍ଟର ଗଗନ ଇଟିଭି ଭାରତ(ETV Bharat) ସହିତ ଆଲୋଚନା ସମୟରେ କିଛି ଟିପ୍ସ ସେୟାର କରିଛନ୍ତି, ଯାହାକି କିଶୋର ଅବସ୍ଥାରେ ବେଶ ସହାୟକ ହୋଇଥାଏ । ଫଳରେ କିଶୋର ଓ କିଶୋରୀମାନେ ଅଧିକ ଆତ୍ମବିଶ୍ବାସୀ ହେବା ସହ ନିଜ ସ୍କିନକୁ ନେଇ ଆରାମଦାୟକ ମନେ କରନ୍ତି । ତେବେ ଆସନ୍ତୁ ଜାଣିବା ସେହି ୧୦ଟି ଟିପ୍ସ ସମ୍ପର୍କରେ:

  1. ଚର୍ମ ସଫା କରିବା(Gentle Cleansing):- ପ୍ରଥମେ ନିଜ ଚର୍ମର ପ୍ରକାରକୁ ବୁଝିବା ଏବଂ ଏକ ଭଲ କ୍ଲିନଜର୍ ବ୍ୟବହାର କରିବା ଜରୁରୀ । ଚର୍ମକୁ ସଫା କରିବାବେଳେ ସବୁବେଳେ ଏକ ମୃଦୁ ବୃତ୍ତାକାର ଗତି(gentle circular motion) ବ୍ୟବହାର କରିବା ଉଚିତ । କାରଣ ଜୋରରେ ଚର୍ମକୁ ଘଷିବା ଦ୍ବାରା ଏହା ଚର୍ମର ଆର୍ଦ୍ରତାକୁ ନଷ୍ଟ କରିଦିଏ । ଯାହା ଫଳରେ ଚର୍ମ ପରବର୍ତ୍ତୀ ସମୟରେ ଶୁଖିଲା ହେବା ସହ କୁଞ୍ଚିତ ହୋଇଯିବ । ସର୍ବଦା ମୁହଁରେ ସାବୁନ ବ୍ୟବହାର କରିବା ଠାରୁ ଦୂରେଇ ରହିବା ଉଚିତ ଏବଂ ଏହା ବଦଳରେ ଏକ ମୃଦୁ କ୍ଲିନଜର୍ ବ୍ୟବହାର କରିବା ଆବଶ୍ୟକ ।
  2. ଚର୍ମକୁ ଆଦ୍ର ରଖନ୍ତୁ(Moisturising Your Skin):- ଆପଣଙ୍କ ଚର୍ମର ହାଇଡ୍ରେସନ୍ ସ୍ତର ବଜାୟ ରଖିବା ପାଇଁ ଆପଣ ସର୍ବଦା ଦିନକୁ ଅତି କମରେ ଦୁଇଥର ଏକ ମଶ୍ଚରାଇଜର(moisturiser) ଚର୍ମ ଉପରେ ପ୍ରୟୋଗ କରିବା ଉଚିତ । ଏହା ଆପଣଙ୍କ ଚର୍ମକୁ ନରମ ଏବଂ ଆଦ୍ର ରଖିଥାଏ । ଆପଣ ଏକ ଭଲ ମଶ୍ଚରାଇଜରରେ ବ୍ୟବହାର କରିବା ଉଚିତ ଯାହା କେବଳ ଆପଣଙ୍କ ତ୍ବଚାକୁ ସୁରକ୍ଷା ଦେଇନଥାଏ ବରଂ ଏହାକୁ ଭିତରୁ ମଧ୍ୟ ଗଢିବାରେ ସାହାଯ୍ୟ କରିଥାଏ ।
  3. ସନସ୍କ୍ରିନ(Sunscreen):- ଆପଣ ଯେତେବେଳେ ଖରାରେ ଥାଆନ୍ତି ସନସ୍କିନ୍ ଖାଲି ସେତେବେଳେ ନୁହେଁ, ବରଂ ଆପଣଙ୍କ ଚର୍ମକୁ ଘର ଭିତରେ ମଧ୍ୟ ସୁରକ୍ଷା ଦେଇଥାଏ । ଅତିକମରେ SPF 30 ସହିତ ଏକ ବ୍ରଡ-ସ୍ପେକ୍ଟ୍ରମ୍ ସନସ୍କ୍ରିନ୍(broad-spectrum sunscreen) ବ୍ୟବହାର କରିବା ଆପଣଙ୍କ ସ୍କିନ୍ କେୟାର ରୁଟିନର ଏକ ବାଧ୍ୟତାମୂଳକ ଅଂଶ ହେବା ଉଚିତ ।
  4. ସପ୍ତାହକୁ ଥରେ ମୃତକୋଷକୁ ହଟାନ୍ତୁ(Exfoliation once a week):- ଅତ୍ୟଧିକ ତେଲର ଉତ୍ପାଦନ ଯୋଗୁଁ ହରମୋନାଲ ପରିବର୍ତ୍ତନ ସାଧାରଣତଃ ଆପଣଙ୍କ ମୁହଁରେ ହେଉଥିବା ଖାଲ(pore)କୁ ବନ୍ଦ କରିଦିଏ । ଏଭଳି ସ୍ଥିତିରେ ଏକ୍ସଫୋଲିଏସନ୍(Exfoliation) ଏକ ଗେମ୍ ଚେଞ୍ଜର ହୋଇଥାଏ । ମାତ୍ର ଏହାକୁ ଅଧିକ ବ୍ୟବହାର ନକରିବାକୁ ଉଚିତ । ବଜାରରେ ପ୍ରଚୁର ପରିମାଣର ଏକ୍ସଫୋଲିଏଟର୍ ଉପଲବ୍ଧ ଥିବାବେଳେ ସେଠାରେ କିଛି ଉତ୍କୃଷ୍ଟ ଘରୋଇ ସ୍କ୍ରବ୍ ମଧ୍ୟ ରହିଛି । ସେଗୁଡିକ ବ୍ୟବହାର କରିବା ଆବଶ୍ୟକ ।
  5. ବ୍ରଣର ଚିକିତ୍ସା(Acne Treatment):- ବ୍ରଣ ହେଉଛି ସାଧାରଣ କିଶୋରମାନଙ୍କର ଶତ୍ରୁ । ଏଥିଲାଗି ସର୍ବଦା ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନେବା ଏକ ଭଲ ଚିନ୍ତାଧାରା । ଚିକିତ୍ସକ ଆପଣଙ୍କ ଚର୍ମ ପ୍ରକାର ଅନୁଯାୟୀ ଉପଯୁକ୍ତ ଚିକିତ୍ସା ଯୋଗାଇବେ । ସାଲିସିଲିକ୍ ଏସିଡ୍, ବେନୋଜୋଏଲ୍ ପେରକ୍ସାଇଡ୍ ଆଦି କିଛି ଉତ୍ତମ ଆଣ୍ଟି-ବ୍ରଣ କମ୍ପୋଜିସନ ଉପଲବ୍ଧ ରହିଛି ।
  6. ମେକଅପ ଲଗାଇ ଶୁଅନ୍ତୁ ନାହିଁ:- ଶୋଇବା ପୂର୍ବରୁ ମୁହଁ ଧୋଇବା ମହତ୍ବପୂର୍ଣ୍ଣ ହୋଇଥାଏ । ରାତିରେ ଆମ ଚର୍ମ ଗଠନ ହୋଇଥାଏ । ମେକଅପ୍ ନ ଛଡାଇବା ବା ତ୍ବଚାରେ ସମସ୍ତ ଜମା ହୋଇଥିବା ମଇଳା ସହିତ ଶୋଇବା ଦ୍ବାରା ଚର୍ମ ପ୍ରଭାବିତ ହୋଇଥାଏ । ଯାହାଦ୍ବାରା ଅଧିକ ବ୍ରଣ ବାହାରିବାର ଆଶଙ୍କା ବଢିଯାଏ ।
  7. ଲଗାତାର ମୁହଁକୁ ସ୍ପର୍ଶ କରନ୍ତୁ ନାହିଁ:- ଧ୍ୟାନ ରଖନ୍ତୁ ଯେ ପ୍ରତ୍ୟେକ ଥର ଆପଣ ଯେତେବେଳେ ମୁହଁକୁ ସ୍ପର୍ଶ କରନ୍ତି, ସେତେବେଳେ ହାତରୁ ମଇଳା ଏବଂ ଜୀବାଣୁ ଆପଣଙ୍କୁ ମୁହଁରେ ଲାଗେ ଏବଂ ମୁହଁ ତେଲିଆ ହୋଇଯାଏ । ଏହାର ଅର୍ଥ ହେଉଛି ଏକ ବ୍ରଣ ବ୍ରେକଆଉଟ୍ ହେବାର ଅଧିକ ସମ୍ଭାବନା ରହିଥାଏ । ପିମ୍ପଲ୍ସକୁ କେବେ ବି ଚିପନ୍ତୁ(pop) ନାହିଁ । ଏହାଦ୍ବାରା ଚର୍ମରେ ସଂକ୍ରମଣ ବିସ୍ତାର କରିଥାଏ ।
  8. ରାତି ସ୍କିନକେୟାର ରୁଟିନ:- ଚର୍ମ ରାତିରେ ପୁନଃ ଗଠନ(skin repair) ହୋଇଥାଏ । ଶୋଇବା ପୂର୍ବରୁ ଚର୍ମରେ ସଠିକ୍ ଦ୍ରବ୍ୟ ବ୍ୟବହାର କରିବା ଦ୍ବାରା ଏହା ଚର୍ମର ଆରୋଗ୍ୟ ପ୍ରକ୍ରିୟା ବଢାଇଥାଏ । ଆପଣଙ୍କ ମୁହଁ ଧୋଇବା, ଏକ ମଶ୍ଚରାଇଜର, ଓଠରେ ଲିପ୍‌ ବାମ(Lip Balm) ଲଗାଇବା ଏବଂ ତା'ପରେ ଆପଣ ଶଯ୍ୟାକୁ ଯିବା ଉଚିତ ।
  9. ସନ୍ତୁଳିତ ଖାଦ୍ୟ ଖାଆନ୍ତୁ(Eat a balanced diet):- ଆପଣ ଖାଦ୍ୟରେ ସବୁଜ ପନିପରିବା ସର୍ବଦା ରହିବା ଉଚିତ । ଛଣା ଏବଂ ତେଲିଆ ଖାଦ୍ୟ ଖାଇବା ଦ୍ବାରା ଚର୍ମ ପାଇଁ ଅଧିକ ସମସ୍ୟା ସୃଷ୍ଟି ହୋଇଥାଏ ଏବଂ ଚର୍ମର ସମସ୍ତ ସମସ୍ୟା ବୃଦ୍ଧି ପାଏ । ଏକ ସନ୍ତୁଳିତ ଖାଦ୍ୟ ଭଲ ଚର୍ମର ଚାବିକାଠି ହୋଇଥାଏ ।
  10. ସୁସ୍ଥ ଜୀବନଶୈଳୀକୁ ବଜାୟ ରଖନ୍ତୁ: - କିଶୋର ଅବସ୍ଥାରେ ଆପଣଙ୍କ ଶରୀର ପ୍ରତି ଯତ୍ନବାନ ହେବା ଦ୍ବାରା ଏହା ନା ଯେ କେବଳ ଆପଣଙ୍କ କିଶୋର ଜୀବନ ପ୍ରତି ଲାଭଦାୟକ ହେବ ଏହାସହିତ ଭବିଷ୍ୟତ ତ୍ବଚା ପାଇଁ ମଧ୍ୟ ଫଳଫ୍ରଦ ହୋଇଥାଏ । ଆମେ ଯାହା ଖାଇଥାଉ ସେହି ଭାବରେ ଚର୍ମ ଉପରେ ପ୍ରଭାବ ପଡେ । ଏହା ଆମ ସାମଗ୍ରିକ ସ୍ବାସ୍ଥ୍ୟ ମାଧ୍ୟମରେ ପ୍ରତିଫଳିତ ହୁଏ । ଏକ ଭଲ ଖାଦ୍ୟ ସହିତ ଏକ ସୁସ୍ଥ ଜୀବନଶୈଳୀ ଅନୁସରଣ କରିବା ସହ ବ୍ୟାୟାମ ଏବଂ ଭଲ ନିଦ ଆପଣଙ୍କ ତ୍ବଚାରେ ଉତ୍ତମ ପ୍ରଭାବ ପକାଏ ଏବଂ ଆପଣଙ୍କ ତ୍ବଚାକୁ ଉଜ୍ଜ୍ବଳ ରଖେ ।

@IANS

ABOUT THE AUTHOR

...view details