ନୂଆଦିଲ୍ଲୀ:ସାଧାରଣତଃ ମିନି ଟ୍ରାଭେଲର୍ ଅର୍ଥାତ୍ କାର୍ ବା ଟେମ୍ପୋ ତୁଳନାରେ ବସ୍ରେ ଏକା ସାଙ୍ଗରେ ଅଧିକ ଯାତ୍ରୀ ଯାତ୍ରା କରିପାରନ୍ତି । କାର୍ ଭଳି ଛୋଟ ଯାନରେ ଯାତ୍ରା କରିବା ବଦଳରେ ବସ୍ରେ ଯାତ୍ରା କରିବା ଉଚିତ୍ । କାରଣ ବସ୍ରୁ କମ୍ ଧୂଆଁ ନିର୍ଗତ ହୋଇଥାଏ, ଯାହା କାର୍ବନ ପରିମାଣକୁ ହ୍ରାସ କରିଥାଏ । ବସ୍ ଯୋଗେ ଯାତ୍ରା କରିବା ମଧ୍ୟ ଚାପମୁକ୍ତ ଏବଂ ସାଧାରଣତଃ ଆରାମଦାୟକ ହୋଇପାରେ, କାରଣ ଏହା ଅର୍ଥନୈତିକ ଦୃଷ୍ଟିରୁ ସବିଧା ଯୋଗାଇବା ସହ ଯାତ୍ରୀମାନଙ୍କୁ ପାର୍କିଂ, ଟୋଲ୍ ଫି' ଏବଂ ଦୂର ଦୂରାନ୍ତର ଚାଳନା ଚାପରୁ ମଧ୍ୟ ରକ୍ଷା କରିଥାଏ ।
ତେଣୁ ଇଣ୍ଟରନ୍ୟାସନାଲ କମ୍ୟୁନିଟି ଆଣ୍ଡ ଡେମୋନଷ୍ଟ୍ରେଟ ପର୍ଯ୍ୟଟନର ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହା କିପରି ସାମାଜିକ, ସାଂସ୍କୃତିକ, ରାଜନୈତିକ ଏବଂ ଅର୍ଥନୈତିକ ମୂଲ୍ୟବୋଧକୁ ପ୍ରଭାବିତ କରେ ତାହା ଦର୍ଶାଇବାକୁ ଏକ ପ୍ରୟାସରେ, ରେଡବସ୍(redBus) ଶ୍ରେଷ୍ଠ ୧୦ଟି ବସ୍ ମାର୍ଗର ଏକ ତାଲିକା ସେୟାର୍ କରିଛି, ଯାହା ଲୋକଙ୍କୁ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ରରେ ସହଜ ଏବଂ ସୁବିଧାରେ ପହଞ୍ଚାଇବାରେ ସହାୟକ ହେବ । ନିମ୍ନରେ ଏହିସବୁ ସ୍ଥାନ ବାବଦରେ ଆଲୋଚନା କରାଯାଇଛି...
ମୁମ୍ବାଇରୁ ପଞ୍ଚଗାନି:-
ଉତ୍ତାପରୁ ରକ୍ଷା ପାଇବା ପାଇଁ ପାଶ୍ଚାତ୍ୟ ଘାଟର ଆକର୍ଷଣୀୟ ପାହାଡ ପରିଦର୍ଶନ କରନ୍ତୁ ! ମୁମ୍ବାଇରୁ ପଞ୍ଚଗାନି ପର୍ଯ୍ୟନ୍ତ ବସ୍ ଯାତ୍ରା ପ୍ରାୟ ପାଞ୍ଚ ଘଣ୍ଟା ସମୟ ଲାଗେ । ପଞ୍ଚଗାନି ବସ୍ ମୁମ୍ବାଇରୁ ପ୍ରାୟତ ଯାତ୍ରା କରିଥାଏ । ଲଗ୍ଜୁରୀ ଠାରୁ ଆରମ୍ଭ କରି ସେମି-ଲଗ୍ଜୁରୀ(luxury to semi-luxury) ଏବଂ ସବୁଧି ଅନୁସାରେ ବିଭିନ୍ନ ବଜେଟ୍ର ବସ୍ ଉପଲବ୍ଧ ।
ପୁଣେରୁ ମହାବଳେଶ୍ୱର:-
ଏହା ମହାରାଷ୍ଟ୍ରର ସବୁଠାରୁ ସୁନ୍ଦର ସ୍ଥାନ । ଏକ୍ସପ୍ରେସୱେ ସତରା ଘାଟ ଦେଇ ଆରାମଦାୟକ ଯାତ୍ରା ପ୍ରଦାନ କରେ ଏବଂ ତିନି ଘଣ୍ଟାର ଯାତ୍ରା ପରେ ଶେଷ ହୁଏ ମହାବଳେଶ୍ବରରେ ପହଞ୍ଚିବାକୁ ପଡେ । ପର୍ବତର ଅଙ୍କା ବଙ୍କା ରାସ୍ତା ଦେଇ ଯିବା ସମୟରେ ପ୍ରାକୃତିକ ସୁନ୍ଦରତା ଆପଣଙ୍କ ଯାତ୍ରାକୁ ଆହୁରି ଦ୍ବିଗୁଣିତ କରିଦେବ ।
ଶିମଲାରୁ ମନାଲି:-
ଶିମଲା ଏବଂ ମନାଲି ବାବଦରେ କାହାକୁ ବା ଅଛପା । ପର୍ଯ୍ୟଟନ କ୍ଷେତ୍ର ଭାବରେ ମନାଲି ଏକ ଆକର୍ଷଣୀୟ ସ୍ଥାନ । ଶିମଲାର ଉତ୍ତର-ପୂର୍ବ ଆଡକୁ 250 କିଲୋମିଟର ଯାତ୍ରା ପରେ ମନାଲି ପଡିବ ଏବଂ ଏହି ମାର୍ଗ ହିମାଳୟର ଦୁର୍ଗମ ପାର୍ବତ୍ୟ ସୀମା ଦେଇ ଯିବ । ଶିମଲା ଠାରୁ ମନାଲିରେ ପହଞ୍ଚିବାକୁ 7-8 ଘଣ୍ଟା ଲାଗେ, ଯେଉଁଥିରେ ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନ ସୁବିଧା ମଧ୍ୟ ରହିଛି । ରାସ୍ତାର ଗୋଟିଏ ପାର୍ଶ୍ୱରେ ଥିବା ଚମତ୍କାର ପର୍ବତ ଏବଂ ଅନ୍ୟ ପଟେ ସବୁଜ ଉପତ୍ୟକା ମନ ମୋହିଥାଏ ।
ଦିଲ୍ଲୀରୁ ଲେହ:-
ଲେହ ହେଉଛି ଭାରତର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ ଗୋଟିଏ । ଅବଶ୍ୟ, ଏହି ମାର୍ଗଟି ଦୁନିଆର ସର୍ବୋଚ୍ଚ ଏବଂ ସବୁଠାରୁ କଷ୍ଟସାଧ୍ୟ ମୋଟରୱେ ମଧ୍ୟରୁ ଗୋଟିଏ, ତଥାପି ବସ୍ ଯାତ୍ରା ଆପଣଙ୍କୁ ଦିଲ୍ଲୀରୁ ଆରାମଦାୟକ ଭାବେ ଚଣ୍ଡିଗଡ଼, କୁଲୁ, ମନାଲି ଏବଂ କିଲଙ୍ଗ ଦେଇ ଲେହର ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସ୍ଥାନରେ ପହଞ୍ଚାଇବ । ଏଥିପାଇଁ ISBT ଦିଲ୍ଲୀର ଏକ ବସ୍ ମାଧ୍ୟମରେ ଯିବାକୁ ପଡିଥାଏ ।
ତୱାଙ୍ଗରୁ ଗୌହାଟୀ:-