ଓଡିଶା

odisha

By

Published : Mar 16, 2023, 1:36 PM IST

ETV Bharat / sukhibhava

ବିପଦରେ ଭାରତୀୟଙ୍କ ଆଖି ! ପ୍ରତି 8ରେ ଜଣେ ଗ୍ଲୁକୋମାରେ ପୀଡିତ

ଆଖି ସ୍ବାସ୍ଥ୍ୟର ଯତ୍ନ ନେଉନଥିଲେ ସାବଧାନ ହୋଇଯାଆନ୍ତୁ । ତଥ୍ୟ କହୁଛି, ଭାରତରେ ପ୍ରତି 8 ଜଣଙ୍କ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଗ୍ଲୁକୋମା ରୋଗରେ ପୀଡିତ । ଅଧିକ ପଢନ୍ତୁ

Tired businesswoman rubbing eyes in office
Tired businesswoman rubbing eyes in office

ନୂଆଦିଲ୍ଲୀ: ଆଖି ଆମ ଶରୀରର ସବୁଠୁ ସୂକ୍ଷ୍ମ ଏବଂ ସମ୍ବେଦନଶୀଳ ଅଂଶ । ଆଖିର ଯତ୍ନ ନିହାତି ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି । ହେଲେ ବର୍ତ୍ତମାନର ଜୀବନଶୈଳୀ ଆମ ଆଖି ଉପରେ ଅଧିକ ପ୍ରଭାବ ପକାଉଛି । ସ୍ମାର୍ଟଫୋନ୍ ଏବଂ କମ୍ପ୍ୟୁଟରର ବହୁଳ ବ୍ୟବହାର ଆଖିର ସ୍ବାସ୍ଥ୍ୟକୁ ବିଗାଡି ଦେଉଛି ଜାଣି ସତ୍ତ୍ବେ ଆମେ ଯତ୍ନବାନ ହୋଇପାରୁ ନାହାନ୍ତି । ଫଳ ସ୍ବରୂପ ଏକ ଉଦ୍‌ବେଗଜନକ ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ଭାରତର ପ୍ରତି 8 ଜଣଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଗ୍ଲୁକୋମା(ଅଦୃଶ୍ୟ ଅନ୍ଧତା)ର ଶିକାର ହେଉଛନ୍ତି ।

ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞ ଏହା ସ୍ପଷ୍ଟ କରିଛନ୍ତି । ଆଖିରୁ ମସ୍ତିଷ୍କକୁ ଭିଜୁଆଲ୍ ସୂଚନା ପଠାଇବାରେ ଅପ୍ଟିକ୍ ସ୍ନାୟୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ମାତ୍ର ଗ୍ଲୁକୋମା ଆଖିର ଏହି ସ୍ନାୟୁ ଗୋଷ୍ଠୀକୁ କ୍ଷତି ପହଞ୍ଚାଉଛି । ICARE ଚକ୍ଷୁ ଡାକ୍ତରଖାନାର ଡାକ୍ତର ରୀନା ଚୌଧରୀ ଏକ ବିବୃତ୍ତିରେ କହିଛନ୍ତି ଯେ, ଭାରତରେ ଅଦୃଶ୍ୟ ଦୃଷ୍ଟିହୀନତାର ଗ୍ଲୁକୋମା ଏକ ପ୍ରମୁଖ କାରଣ ଏବଂ ସମସ୍ତେ ଏହି ରୋଗରେ ଆକ୍ରାନ୍ତ ହୋଇପାରନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଗ୍ଲୁକୋମାକୁ ସାଧାରଣତଃ ନୀରବ ଆଖିରୋଗ ବୋଲି କୁହାଯାଏ । ଏହା ମଧ୍ୟମ ଆଖି ଯନ୍ତ୍ରଣା, ମୁଣ୍ଡବିନ୍ଧା, କୌଣସି ଆଲୋକରେ ଇନ୍ଦ୍ରଧନୁ ରଙ୍ଗ ସଦୃଶ ଦେଖାଯିବା ଇତ୍ୟାଦି ସମସ୍ୟା ସୃଷ୍ଟି କରେ ।" ଜାତୀୟ ସ୍ୱାସ୍ଥ୍ୟ ପୋର୍ଟାଲ ଦ୍ବାରା ସମ୍ପ୍ରତି ପରିସଂଖ୍ୟାନରୁ ଜଣାପଡିଛି ଯେ, ଭାରତରେ ପ୍ରାୟ 40 ନିୟୁତ ବ୍ୟକ୍ତି କିମ୍ବା ପ୍ରତ୍ୟେକ ଅଷ୍ଟମ ବ୍ୟକ୍ତିଙ୍କର ଗ୍ଲୁକୋମା ଅଛି କିମ୍ବା ଏହାର ବିକାଶ ହେବାର ଆଶଙ୍କା ରହିଛି ।

ଏହା ମଧ୍ୟ ପଢନ୍ତୁ:-World Glaucoma Day: ବିଶ୍ବ ଗ୍ଲୁକୋମା ଦିବସରେ ଜାଣନ୍ତୁ କେମିତି ନେବେ ଆଖିର ଯତ୍ନ

40 ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ମଧ୍ୟରେ ପ୍ରାୟ 11.2 ନିୟୁତ ଗ୍ଲୁକୋମା ରୋଗରେ ପୀଡିତ, 1.1 ନିୟୁତ ଲୋକ ଦୃଷ୍ଟିହୀନତାର ସମ୍ମୁଖୀନ ହେଉଛନ୍ତି । ଏମାନଙ୍କ ମଧ୍ୟରେ ଛୋଟପିଲା ମଧ୍ୟ ସାମିଲ ଅଛନ୍ତି । ସେ କହିଛନ୍ତି ଯେ, ଏସିଆରେ 2040 ସୁଦ୍ଧା ଗ୍ଲୁକୋମା ଅତିରିକ୍ତ 27.8 ନିୟୁତ ବ୍ୟକ୍ତିଙ୍କୁ ପ୍ରଭାବିତ କରିବ ବୋଲି ଆକଳନ କରାଯାଇଛି । ଏହି ସଂଖ୍ୟା ଭାରତ ଏବଂ ଚୀନ୍‌ରେ ଅଧିକ ରହିବେ ।

କହି ରଖୁଛୁ ଯେ, ଗ୍ଲୁକୋମା ଯେକୌଣସି ବୟସରେ ହୋଇପାରେ, ଏହା ମୁଖ୍ୟତଃ 40 ବର୍ଷରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଥାଏ । ଯେଉଁମାନଙ୍କର ସ୍ୱଳ୍ପ ଦୃଷ୍ଟିଶକ୍ତି, ମଧୁମେହ ରୋଗୀ, ପୂର୍ବରୁ ଆଖି ଆଘାତ ରହିଛି, ପରିବାରର କେହି ପୀଡିତ ଅଛନ୍ତି ବା ଥିଲେ କିମ୍ବା ଦୀର୍ଘ ଦିନ ଧରି କର୍ଟିକୋଷ୍ଟେରଏଡ୍ ଔଷଧ ସେବନ କରୁଛନ୍ତି, ତେବେ ଏହି ରୋଗ ହେବାର ଆଶଙ୍କା ଅଧିକ । ରୋଗ ଯେତେ ଗମ୍ଭୀର ହେଲେ ମଧ୍ୟ ପ୍ରାରମ୍ଭିକ ଚିକିତ୍ସା ଏଥିରୁ ଆଶ୍ବସ୍ତି ଦେଇପାରେ । ତେଣୁ ନିୟମିତ ଯାଞ୍ଚ ଏବଂ ସଠିକ୍ ସମୟରେ ଚିକିତ୍ସା କରାଇ ରୋଗମୁକ୍ତ ରହିବାକୁ ଡାକ୍ତର ଚୌଧରୀ ପରାମର୍ଶ ଦେଇଛନ୍ତି ।

ଗ୍ଲୁକୋମା କଣ:ଏଠାରେ ଉଲ୍ଲେଖଯୋଗ୍ୟ ଗ୍ଲୁକୋମାକୁ ସାଧାରଣତଃ କଳା ମୋତିଆବିନ୍ଦୁ ବୋଲି କୁହାଯାଏ । ଏହାକୁ ଗ୍ଲୁକୋମାକୁ ଏକରୁ ଅଧିକ ରୋଗ ବା ସମସ୍ୟାର ଗୋଷ୍ଠୀ କୁହାଯାଏ, ଯାହା ଅପ୍ଟିକ୍ ସ୍ନାୟୁର କ୍ଷତି ସହିତ ଜଡିତ । ଏହି ସମସ୍ୟା ଗମ୍ଭୀର ହେଲେ ଜଣେ ବ୍ୟକ୍ତି ଦୃଷ୍ଟିଶକ୍ତ ହରାଇପାରନ୍ତି । ତିନୋଟି ପ୍ରକାରର ଗ୍ଲୁକୋମା ଅଛି - ଓପନ୍ ଆଙ୍ଗଲ୍ ଗ୍ଲୁକୋମା, ଆଙ୍ଗଲ୍ କ୍ଲୋଜର୍ ଗ୍ଲୁକୋମା ଏବଂ ନର୍ମାଲ୍ ଟେନ୍ସନ୍ ଗ୍ଲୁକୋମା ।

ABOUT THE AUTHOR

...view details