ଓଡିଶା

odisha

ETV Bharat / state

ପୋଲିଓ ଦେବା ଆଳରେ ପିଲା ବିକ୍ରି କରି ବାପା ଫେରାର, 5 ମାସ ପରେ ଶିଶୁ ଉଦ୍ଧାର - 12 ଦିନର ପୁଅକୁ ବିକ୍ରି କରିଦେଲା ବାପା

ପୋଲିଓ ଖୁଆଇବାକୁ ନେବା ପାଇଁ କହି ବାପା ନିଜ 12 ଦିନର ଶିଶୁପୁତ୍ରକୁ ବିକ୍ରି କରିଦେଇଥିବା ଅଭିଯୋଗ । ଅଧିକ ପଢନ୍ତୁ....

12 ଦିନର ଶିଶୁ ପୁତ୍ରକୁ ବିକି ଦେଇଥିଲା ବାପା, 11 ମାସ ପରେ ଶିଶୁ ଉଦ୍ଧାର, ଅଭିଯୁକ୍ତ ଗିରଫ
12 ଦିନର ଶିଶୁ ପୁତ୍ରକୁ ବିକି ଦେଇଥିଲା ବାପା, 11 ମାସ ପରେ ଶିଶୁ ଉଦ୍ଧାର, ଅଭିଯୁକ୍ତ ଗିରଫ

By

Published : May 16, 2021, 7:26 PM IST

ଭୁବନେଶ୍ବର: ପୋଲିଓ ଦେବାକୁ ନେଇଥିବା 12 ଦିନର ପୁଅକୁ 50 ହଜାର ଟଙ୍କାରେ ବାପା ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ପିଲା ଦେହ ଖରାପ କହି ମାକୁ ଭୁଆଁ ବୁଲାଇ ଚାଲିଥିଲା ବାପା । ପରେ ପିଲା ଘରକୁ ନ ଫେରିବାରୁ ମା ଦେଇଥିଲା ଥାନାରେ ଅଭିଯୋଗ। ଶେଷରେ ଦୀର୍ଘ ୫ ମାସ ପରେ ନୟାଗଡର ଜମତିପଡା ଚାନ୍ଦବାଲିରୁ ଉଦ୍ଧାର ହୋଇଛି ୧ ବର୍ଷ ୧ମାସ ୧୮ ଦିନର ଶିଶୁ ପୁତ୍ର । ଛୁଆକୁ ଉଦ୍ଧାର ସହ ନୟାଗଡର ଶ୍ରୀଧର ଜେନା ନାମକ ଅଭିଯୁକ୍ତକୁ ଗିରଫ କରିଛି କମିସନରେଟ ପୋଲିସ।ଏହି ଘଟଣାରେ ଏବେବି ଅଭିଯୁକ୍ତ ବାପା ତପନ ପଲେଇ ଫେରାର ଥିବା ଜଣାପଡିଛି ।


ସୁଚନା ମୁତାବକ ନୟାପଲ୍ଲୀ ସାଲିଆ ସାହିର ତପନ ପଲେଇ ଓ ତାଙ୍କ ପତ୍ନୀ ଆରତି ନାୟକ ସାଲିଆ ସାହିରେ ରହୁଥିଲେ। ମାର୍ଚମାସରେ ତାଙ୍କର ଏକ ଶିଶୁପୁତ୍ର ହୋଇଥିଲା। ଯାହାକୁ ତପନ ପଲେଇ ପୋଲିଓ ଦେବ କହି ଆଣି ଖୋର୍ଦ୍ଧାର ଏକ ଜଙ୍ଗଲରେ ବିକ୍ରି କରିଥିଲା। ଯାହାକୁ ନେଇ ଅଭିଯୁକ୍ତ ନିଜ ପାଖରେ ପିଲାକୁ ରଖିଥିଲା। ପରେ ତା ମା ଆରତି ଆସି ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲା। ଅଭିଯୋଗ ଆଧାରରେ ଗତ ବର୍ଷ ୫ ଅକ୍ଟୋବରରେ ଏକ କେସ ରୁଜ କରି ତଦନ୍ତ ଆରମ୍ଭ କରିଥିଲା। ଶେଷରେ ଦୀର୍ଘ ୭ ମାସ ପରେ ଅଭିଯକ୍ତକୁ ଗିରଫ କରିବାର ସଫଳ ହେବା ସହ ପିଲାଟିକୁ ଉଦ୍ଧାର କରାଯାଇ ପାରିଛି । ଏବେ ପିଲାଟି ସିଡବ୍ଲୁସିର ହେପାଜତରେ ରହିଥିବା ଜଣାପଡିଛି ।

ଭୁବନେଶ୍ବରରୁ ତାପସ ପରିଡା , ଇଟିଭି ଭାରତ

ABOUT THE AUTHOR

...view details