ଓଡିଶା

odisha

ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ

By

Published : Sep 5, 2019, 2:39 PM IST

ସୁନ୍ଦରଗଡ ସଦର ଥାନା ସୁବଳୟା ଗାଁର ନବରଙ୍ଗପୁର ସାହିରେ ବୃଦ୍ଧାଙ୍କୁ କଚାଡି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ହେଲେ କିଏ ଓ କାହିଁକି ତାଙ୍କୁ ହତ୍ୟା କରିଛି, ତାହା ଜଣାପଡିନଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ରାଉରକେଲା

ରାଉରକେଲା: ବୃଦ୍ଧାଙ୍କୁ କଚାଡି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ହୋଇଛି ସୁନ୍ଦରଗଡ ସଦର ଥାନା ସୁବଳୟା ଗାଁର ନବରଙ୍ଗପୁର ସାହିରେ । ମୃତ ବୃଦ୍ଧା ରେମୋ ଡୁଙ୍ଗଡୁଙ୍ଗ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ରାଉରକେଲା

ସ୍ବାମୀଙ୍କ ମୃତ୍ୟୁ ପରେ ରେମୋ ଏକାକି ରହୁଥିଲେ । ହେଲେ କିଏ ଓ କାହିଁକି ତାଙ୍କୁ ହତ୍ୟା କରିଛି ତାହା ଜଣାପଡିନାହିଁ । ଆଜି ସକାଳେ ସ୍ଥାନୀୟ ଲୋକମାନେ ମୃତଦେହ ତାଙ୍କ ଘର ସମ୍ମୁଖରେ ପଡୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ରେମୋଙ୍କ ହତ୍ୟାର କାରଣ ଜଣାପଡିବ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details