ଓଡିଶା

odisha

By

Published : May 27, 2022, 1:06 PM IST

ETV Bharat / state

Ind vs SA T20: ବାରବାଟୀରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବାକୁ OHRCର ନିର୍ଦ୍ଦେଶ

ଜୁନ୍‌ ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଟି-20 ଟକ୍କର । ଏ ନେଇ ସମସ୍ତ ବ୍ୟବସ୍ତା ଜୋରଦାର ହୋଇଛି । ଷ୍ଚାଡୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ରାଜ୍ୟ ମାନବାଧିକାର କମିଶନଙ୍କ (OHRC) ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବାକୁ OHRCର ନିର୍ଦ୍ଦେଶ
ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବାକୁ OHRCର ନିର୍ଦ୍ଦେଶ

ଭୁବନେଶ୍ବର: ଜୁନ୍‌ ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ବୁରୁ ପ୍ରତୀକ୍ଷିତ ଟି୨୦ ମୁକାବିଲା । ଦୀର୍ଘଦିନ ପରେ ବାରବାଟୀରେ ପ୍ରିୟ କ୍ରିକେଟରଙ୍କୁ ଦେଖିବାକୁ ସୁଯୋଗ ମିଳିବ । ଏଥିପାଇଁ ଉତ୍ସାହିତ ଅଛନ୍ତି ସମସ୍ତ ଓଡିଆ ପ୍ରେମୀ । ମ୍ୟାଚ୍‌ର ସଫଳ ଆୟୋଜନ ପାଇଁ ଓଡିଶା କ୍ରିକେଟ ଆସୋସିଏସନର(OCA) ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି । ତେବେ ଷ୍ଚାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସଠିକ୍‌ କରିବାକୁ ଓଏଚ୍‌ଆର୍‌ସି (Odisha Human Rights Commission) ନିର୍ଦ୍ଦେଶ ଦେଇଛି । କିଛି ଦିନ ତଳେ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ନୋଟିସ ଜାରିକରିଥିଲା OHRC ।

ମ୍ୟାଚ୍ ପାଇଁ ଷ୍ଟାଡିୟମ୍‌ରେ ଆବଶ୍ୟକୀୟ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଓଡ଼ିଶା ମାନବାଧିକାର କମିଶନଙ୍କ (OHRC) ନିକଟରେ କଟକ DCP ତାଙ୍କ ରିପୋର୍ଟରେ ଏହା ଦର୍ଶାଇଛନ୍ତି । ତେବେ ମ୍ୟାଚ୍‌ ପାଇଁ ପୂର୍ବରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯିବ । OCA ଏକ ଘରୋଇ ସଂସ୍ଥା ଉପରେ ଅଗ୍ନି ନିରାପତ୍ତା ଓ ନିର୍ବାପକ ସାମଗ୍ରୀ ସୁବ୍ୟବସ୍ଥିତ କରିବାକୁ ଦାୟିତ୍ଵ ନ୍ୟସ୍ତ କରିଛି । ଏହି ସଂସ୍ଥା ଷ୍ଟାଡିୟମରେ ସମସ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଆବଶ୍ୟକୀୟ ସମସ୍ତ ସରଞ୍ଜାମ ଯୋଗାଇଦେବ ବୋଲି କୁହାଯାଇଛି ।

ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ଆବେଦନକାରୀ ନିଶିକାନ୍ତ ମିଶ୍ର OHRCଙ୍କୁ ଜଣାଇଥିଲେ। ପାଖାପାଖି ୪୪ ହଜାର ଦର୍ଶକ ଷ୍ଟାଡିୟମରେ ବସିବେ ମାତ୍ର ସେମାନଙ୍କ ସୁରକ୍ଷା ପାଇଁ କୌଣସି ଆବଶ୍ୟକୀୟ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ । ଏହି ବିଷୟରେ ନିଶିକାନ୍ତ ମିଶ୍ର ପୂର୍ବରୁ ସେଣ୍ଟ୍ରାଲ ରେଞ୍ଚ ଅଗ୍ନିଶମ ଅଧିକାରୀଙ୍କ ନିକଟକୁ ପତ୍ର ଲେଖିଥିଲେ । ଏଥିପାଇଁ ଅଗ୍ନିଶମ କାର୍ଯ୍ୟାଳୟ ପକ୍ଷରୁ ଓସିଏକୁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ହାସଲ କରିବାକୁ ଆବେଦନ କରିବା ପାଇଁ କୁହାଯାଇଥିଲା । ଏହାପରେ ମ୍ୟାଚ୍‌ ପାଇଁ କ'ଣ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିଛି ତା’ର ରିପୋର୍ଟ ଦେବାକୁ କଟକ DCP ଓ OCA ସମ୍ପାଦକଙ୍କୁ ନୋଟିସ କରିଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details