ଭୁବନେଶ୍ବର: ବିଜେପିରେ ଯୋଗ ଦେଇଛନ୍ତି ପୂର୍ବତନ ସାଂସଦ ତଥା ଉତ୍କଳ ଭାରତର ସଭାପତି ଖାରବେଳ ସ୍ବାଇଁ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଯୋଗଦେଇଛନ୍ତି ଖାରବେଳ। ତାଙ୍କ ସହ ରାଜ୍ୟର ସମସ୍ତ ଉତ୍କଳ ଭାରତର କର୍ମକର୍ତ୍ତା ମାନେ ବିଧିବଦ୍ଧ ଭାବରେ ବିଜେପିରେ ଯୋଗଦେଇଛନ୍ତି। ସେପଟେ ଦଳରେ ମିଶୁ ମିଶୁ ଖାରବେଳଙ୍କୁ କନ୍ଧମାଳ ଲୋକସଭାରୁ ଦଳ ପ୍ରାର୍ଥୀ କରିବ ବୋଲି ଘୋଷଣା କରିଛି।
ବିଜେପିରେ ଯୋଗଦେଲେ ଖାରବେଳ - bhubaneswar
2019-03-25 07:57:48
ଘର ବାହୁଡିଲେ ଖାରବେଳ
ବିଜେପିରେ ଯୋଗଦେବା ଅବସରରେ ଖାରବେଳ କହିଛନ୍ତି,ରାଜ୍ୟ ସରକାରଙ୍କର ଦୁର୍ନୀତି ଓ ଭ୍ରଷ୍ଟାଚାର ବଢିଯାଇଛି। ଭାରତୀୟ ଜନତା ପାର୍ଟି ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାରଙ୍କ ବିରୋଧରେ ଲଢିପାରିଛି। ବିଜେପିର ଏପରି କାର୍ଯ୍ୟପ୍ରକ୍ରିୟାକୁ ଉତ୍କଳ ଭାରତ ସମର୍ଥନ କରିଥିଲା ବୋଲି ସେ କହିଛନ୍ତି। ଏହା ଛଡା ଉତ୍କଳ ଭାରତ ଦଳ ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ଭାବରେ ଭଙ୍ଗା ଯିବ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଛନ୍ତି।
ସୂଚନା ଥାଉକି, ପୂର୍ବରୁ ବିଜେପିରେ ଥିବା ଖାରବେଳ ବିଜେପି ଛାଡି ଉତ୍କଳ ଭାରତ ନାମକ ଏକ ଦଳ ଗଢିଥିଲେ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ