ଓଡିଶା

odisha

ETV Bharat / state

ବିଜେଡିରେ ପାରିବାରିକ ରାଜନୀତି: ବାପାଙ୍କ ବଦଳରେ ପୁଅ, ସ୍ବାମୀଙ୍କ ବଦଳରେ ସ୍ତ୍ରୀ - BBSR

ବାପ ବଦଳରେ ପୁଅ । ସ୍ବାମୀ ବଦଳରେ ସ୍ତ୍ରୀଙ୍କୁ ଟିକେଟ । ପାରିବାରିକ ରାଜନୀତିରେ ବିଜୁ ଜନତା ଦଳ । ଭାବମୂର୍ତ୍ତି ବଞ୍ଚାଇବା ସହ ଦଳକୁ ଜିତାଇବା ପାଇଁ ନବୀନଙ୍କ ନୂଆ ଚାଲ ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର

By

Published : Mar 28, 2019, 5:34 PM IST

ଭୁବନେଶ୍ବର: ବିବାଦୀୟ ନେତାଙ୍କୁ ଟିକେଟ ମିଳିଲାନି ସତ, ହେଲେ ତାଙ୍କ ପୁଅ ଓ ପତ୍ନୀ ପାଇଲେ ଟିକେଟ । ଏମିତି ପରିସ୍ଥିତି ହୋଇଛି ବିଜୁ ଜନତା ଦଳରେ । ଚିଟଫଣ୍ଡ ଲିଙ୍କର ଅଭିଯୁକ୍ତ ପ୍ରଭାତ ବିଶ୍ବାଳ ଓ ପ୍ରଭାତ ତ୍ରିପାଠୀଙ୍କୁ ଏବଂ ଅପରାଧୀକ ପୃଷ୍ଠଭୂମୀ ଥିବା ଅଭିଯୋଗରେ ମୁକ୍ତିକାନ୍ତ ମଣ୍ଡଳଙ୍କୁ ମିଳିଲାନି ଟିକେଟ । ହେଲେ ପ୍ରଭାତ ବିଶ୍ବାଳଙ୍କ ବଦଳରେ ତାଙ୍କ ପୁଅ ଶୌଭିକ ବିଶ୍ବାଳ ଏବଂ ପ୍ରଭାତ ତ୍ରିପାଠୀଙ୍କ ବଦଳରେ ପୁଅ ଦେବୀ ରଂଜନ ତ୍ରିପାଠୀଙ୍କୁ ମିଳିଛି ଟିକେଟ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର

ଠିକ ସେହିପରି ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ବିରୋଧରେ କିଛି ମାସ ପୂର୍ବରୁ ଫୌଜଦାରୀ ମାମଲା ରୁଜୁ ହୋଇ ହାଇକୋର୍ଟରେ ବିଚାରଧୀନ ଅଛି। ତେଣୁ ତାଙ୍କ ବଦଳରେ ତାଙ୍କ ପତ୍ନୀ ମଂଜୁଲତା ମଣ୍ଡଳଙ୍କୁ ଭଦ୍ରକ ଲୋକସଭା ଆସନରୁ ପ୍ରାର୍ଥୀ କରାଇଛି ବିଜେଡି । ସେପଟେ ବୟସାଧୀକ କାରଣରୁ ବିଜୟଶ୍ରୀ ରାଉତରାୟ ଏଥର ନିର୍ବାଚନ ଲଢିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିଲେ । ତେଣୁ ତାଙ୍କ ବଦଳରେ ତାଙ୍କ ପୁଅ ବିଷ୍ଣୁ ବ୍ରତ ରାଉତରାୟଙ୍କୁ ବାସୁଦେବପୁରରୁ ପ୍ରାର୍ଥୀ କରାଯାଇଛି ।

ଟିକେଟ ପାଇଥିବା ପୁଅମାନଙ୍କ ମଧ୍ୟରୁ କିଏ ବାପାଙ୍କ ସହଯୋଗରେ ମୈଦାନକୁ ଓହ୍ଲାଇବେ ତ ବିଷ୍ଣୁବ୍ରତଙ୍କ ଭଳି ରାଜନୈତିକ ପରିବାରରୁ ଆସିଥିବା ଯୁବ ନେତାମାନେ ନିଜସ୍ବ ଦମରେ ଜିତିବେ ବୋଲି ଦାବି କରୁଛନ୍ତି ।

ଭୁବନେଶ୍ବରରୁ ଅଜିତ କୁମାର ଦାଶ, ଇଟିଭି ନ୍ୟୁଜ

ABOUT THE AUTHOR

...view details