ରାଉରକେଲା: ବହୁତ ଦିନର ପ୍ରସ୍ତୁତି ପରେ ରାଉରକେଲାରେ ଦେଖିବାକୁ ମିଳିଛି 17 କିମିର ତ୍ରିରଙ୍ଗା । ଏହା ବିଶ୍ବ ରେକର୍ଡ ହେବ ବୋଲି ଆଶା କରାଯାଉଛି । ବିଶ୍ୱରେ ସବୁଠାରୁ ଲମ୍ବା ତ୍ରିରଙ୍ଗା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏ ନେଇ 17 କିମି ତ୍ରିରଙ୍ଗା ଯାତ୍ରା ବାହାରିବା ପରେ ନୂଆ ରେକର୍ଡ ତିଆରି ହୋଇଛି ।
ରାଉରକେଲାରେ ସବୁ ଧର୍ମ ତଥା ଭାଷାର ଲୋକ ରହୁଥିବାବେଳେ ଏମାନଙ୍କୁ ଏକ କରିବା ପାଇଁ Smile for ever foundation ପକ୍ଷରୁ ଏହି ପ୍ରୟାସ କରାଯାଇଛି । ରାଉରକେଲାରେ ସବୁ ଜାତି ଧର୍ମ ତଥା ଭାଷାର ଲୋକେ ଏହି ତ୍ରିରଙ୍ଗା ତଳେ ଏକ ହୋଇଥିଲେ । ପୁରା ସହର ଉତ୍ସବ ମୁଖର ହୋଇଥିଲା।