ଓଡିଶା

odisha

ETV Bharat / state

ପାରିବାରିକ କଳହରୁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ - rourkela women attempt to suicide

ରାଉରକେଲା ରେଳ ଷ୍ଟେସନରେ ପାରିବାରିକ ବିବାଦକୁ ନେଇ ଏକ ମହିଳା ଆତ୍ମହତ୍ୟା ଉଦ୍ୟମ କରିବାକୁ ଚେଷ୍ଟା କରିଛନ୍ତି । ପରେ ମହିଳାଙ୍କୁ ଉଦ୍ଧାର କରି ପୋଲିସ ଜିମା ଦିଆଯାଇଛି ।

women suicide visual captured in CCTv
ପାରିବାରିକ କଳହରୁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

By

Published : Jan 5, 2020, 4:23 AM IST

ରାଉରକେଲା: ରାଉରକେଲା ରେଳ ଷ୍ଟେସନରେ ପାରିବାରିକ ବିବାଦକୁ ନେଇ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସାଉଥ୍ ଏକ୍ସପ୍ରେସ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ କିଛି ଲୋକ ଉଦ୍ଧାର କରି ସେକ୍ଟର-7 ପୋଲିସ ଷ୍ଟେସନକୁ ପଠାଇଛନ୍ତି ।

ପାରିବାରିକ କଳହରୁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ବରଗଡ ଅଞ୍ଚଳର ଚମ୍ପା ବଣିଆ । ତାଙ୍କ ନାବାଳିକା ଝିଅ ରାଉରକେଲାରେ ପ୍ରେମିକଙ୍କ ସହିତ ରୁହନ୍ତି । ଝିଅ ବରଗଡ ଆସିବ ବୋଲି ମା ଙ୍କୁ ଖବର ଦେବା ପରେ ଚମ୍ପା ନିଜ ଝିଅକୁ ନେବା ପାଇଁ ଷ୍ଟେସନ ଆସିଥିଲେ, ଝିଅ ମଧ୍ୟ ଆସିଲା ଓ କଥାବାର୍ତା ହେଲେ । ଏହି ସମୟରେ ଝିଅର ପ୍ରେମିକର ଫୋନ ଆସିବ ପରେ ସେ ଯିବାକୁ ମନା କରି ଦେଇଥିଲା । ଏହି ଘଟଣାରେ ପରେ ଚମ୍ପା ଓ ତାଙ୍କ ଝିଅଙ୍କ ମଧ୍ୟରେ ବଚସା ହୋଇ ଥିଲା । ଝିଅର ବ୍ୟବହାରରୁ ଦୁଃଖିତ ହୋଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜାଣିବାକୁ ମିଳିଛି ।

ରାଉକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details