ଓଡିଶା

odisha

ଆଇଜିଏଚ୍‌ରେ ମହିଳାଙ୍କୁ ଦୁର୍ବ୍ୟବହାର, ଉପଜିଲ୍ଲାପାଳଙ୍କ ତଦନ୍ତ ଜାରି

By

Published : Oct 3, 2019, 9:58 AM IST

ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ ହସ୍ପିଟାଲ(ଆଇଜିଏଚ)ରେ ଜଣେ ମହିଳା କର୍କଟ ରୋଗୀଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ । ଉପଜିଲ୍ଲାପାଳଙ୍କ ତଦନ୍ତ ଜାରି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ(ଆଇଜିଏଚ)ରେ ଜଣେ ମହିଳା କର୍କଟ ରୋଗୀଙ୍କ ଚିକିତ୍ସାରେ ତ୍ରୁଟି ହୋଇଥିବା ଅଭିଯୋଗ । ଏହାସହ ତ୍ରୁଟି ନେଇ ପ୍ରତିବାଦ କରିବାରୁ ଦୁର୍ବ୍ୟବହାର ମଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି ।

ସେପଟେ ଘଟଣାର ତଦନ୍ତ ଲାଗି ସୁନ୍ଦରଗଡ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ପରେ ବୁଧବାର ଦିନ ଉପଜିଲ୍ଲାପାଳ ବିଶ୍ବଜିତ ମହାପାତ୍ର ଏବଂ ରାଉରକେଲା ସରକାରୀ ହସ୍ପିଟାଲର ଅଧୀକ୍ଷକ ଦୀନବନ୍ଧୁ ପଣ୍ଡା ଏହାର ତଦନ୍ତ ଆରମ୍ଭ କରିଛନ୍ତି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ରାଉରକେଲା

ତଦନ୍ତକାରୀ ଅଧିକାରୀ ଦ୍ବୟ କର୍କଟ ରୋଗୀ ମୋନାଲିସାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିବା ସହ ଆଇଜିଏଚର ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି । ଏଥି ସହିତ ଦୁର୍ବ୍ୟବହାର କରିଥିବା ହସ୍ପିଟାଲର ନର୍ସ ଏବଂ ଅନ୍ୟ କର୍ମଚାରୀଙ୍କ ବୟାନ ମଧ୍ୟ ସେମାନେ ରେକର୍ଡ କରିଛନ୍ତି ।

ସୂଚନା ଅନୁଯାୟୀ, ମୋନାଲିସା ଭାଟିଆ କ୍ୟାନ୍ସରରେ ପୀଡିତ ଥିବାରୁ କଟକରେ ଚିକିତ୍ସିତ ହେଉଥିଲେ । ତାଙ୍କ ଘର ରାଉରକେଲା ଛେଣ୍ଡ କଲୋନୀରେ ହୋଇଥିବାରୁ କଟକ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଇଜିଏଚକୁ କିଛି ପରୀକ୍ଷା କରାଇବାକୁ ଯାଇଥିଲେ । ତେବେ ସେଠାରେ ତାଙ୍କୁ ଦୁର୍ବ୍ୟବହାରର ଶିକାର ହୋଇଥିବା ସେ ସୋସିଆଲ ମିଡିଆରେ ଜଣାଇଥିଲେ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details