ସୁନ୍ଦରଗଡ: ଡିହି ଥାନା ଅନ୍ତର୍ଗତ ମିଟୁ ଟୁଙ୍ଗରି ଦୁର୍ଗା ମନ୍ଦିର ପଛପଟୁ ମହିଳାଙ୍କ ମୃତଦେହ ଉଦ୍ଧାର । ମହିଳା ଜଣକ କିରୋସିନ ଢାଳି ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମନ୍ଦିର ପଛପଟୁ ମହିଳାଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ - ମହିଳାଙ୍କ ମୃତଦେହ ଉଦ୍ଧାର ସୁନ୍ଦରଗଡ
ସୁନ୍ଦରଗଡରୁ ମହିଳାଙ୍କ ମୃତଦେହ ଉଦ୍ଧାର । ପରିଚୟ ଅସ୍ପଷ୍ଟ ଥିବାବେଳେ ଆତ୍ମହତ୍ୟା କରିଥିବା ସନ୍ଦେହ । ଅଧିକ ପଢନ୍ତୁ...

ପ୍ରତିକାତ୍ମକ ଚିତ୍ର
ତେବେ ମୃତ ମହିଳାଙ୍କ ପରିଚୟ ସ୍ପଷ୍ଟ ହୋଇ ନ ଥିବାବେଳେ ସେ ଛତିଶଗଡର ହୋଇଥିବା ଅନୁମାନ କରାଯାଉଛି । ସେ ସୁନ୍ଦରଗଡ ସଦର ବ୍ଲକ ଠେଲକୁରେ ଏକ ଭଡାଘରେ ରହୁଥିଲେ । ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ପାରିବାରିକ କାରଣରୁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।
ସୁନ୍ଦରଗଡରୁ ହରିହର ଦାସମହାପାତ୍ର, ଇଟିଭି ଭାରତ