ସୁନ୍ଦରଗଡ:ସାରା ରାଜ୍ୟରେ ଏବେ ମମିତା ହତ୍ୟାକାଣ୍ଡ ବିରୋଧରେ ପ୍ରତିବାଦର ନିଆଁ ଜଳିବାରେ ଲାଗିଛି । ଆଉ ଏହି ହତ୍ୟାକାଣ୍ଡ ଘଟଣାରେ ପଶ୍ଚିମ ଓଡିଶା ଯୁବ ମଞ୍ଚ ରାଜରାସ୍ତାକୁ ଓହ୍ଲାଇଛି । ଏନେଇ ଆଜି(ଶନିବାର) ପଶ୍ଚିମ ଓଡିଶା ଯୁବ ମଞ୍ଚର ଯୁବକ ଯୁବତୀମାନେ ଏହି ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିରୋଧୀ ଦଳ ଗୁଡ଼ିକର ଉଦାସୀନତା ଉପରେ ପ୍ରଶ୍ନ କରିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ, ମମିତାଙ୍କ ପରିବାରକୁ ନ୍ୟାୟ ଓ ଘଟଣାର CBI ତଦନ୍ତ ଦାବି କରିଛି ପଶ୍ଚିମ ଓଡିଶା ଯୁବ ମଞ୍ଚ ।
ସେପଟେ ଏହି ଆନ୍ଦୋଳନରେ ପଶ୍ଚିମ ଓଡ଼ିଶାର ଯୁବକ ଯୁବତୀମାନେ ଆସି ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ତେବେ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀ ଦଣ୍ଡ ଦାବି କରିବା ସହ ଏହି ଘଟଣାରେ ଜଡିତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ଦାବିରେ ପଶ୍ଟିମ ଓଡିଶା ଯୁବ ମଞ୍ଚ ରାଜ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଏହାସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।