ରାଉରକେଲା:ଲାଗିଛି ଆରଓ ପ୍ଲାଣ୍ଟ କିନ୍ତୁ ଆସୁନି ପାଣି । ଆଦିବାସୀ ପାଉଡି ଭୂୟାଁ ପିଉଛନ୍ତି ନାଳ ପାଣି । ସ୍ୱତନ୍ତ୍ର ଏକ ଜନଜାତି ଭୂୟାଁ ସମ୍ପ୍ରଦାୟର ତାଙ୍କ ଉନ୍ନତି ପାଇଁ ସରକାର ଖୁଂଟଗାଁରେ ପାଉଡି ଭୂୟାଁ ଉନ୍ନୟନ ସଂସ୍ଥା ଖୋଲିଛନ୍ତି । ଵଣାଇଁ ଉପଖଣ୍ଡ ଲହୁଣୀପଡ଼ା ବ୍ଲକ ହଳଦୀକୁଦର ପଞ୍ଚାୟତ ଅନ୍ତର୍ଗତ ସାନଜଲ ଏକ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ, ଏଠାରେ ପାନୀୟ ଜଳ ସମସ୍ୟା ଏକ ନିତିଦିନିଆ ଘଟଣା ।
କିଛି ଦିନ ପୂର୍ବରୁ ଏଠାରେ ସ୍ଥାନୀୟ ପିବିଡିଏ ପକ୍ଷରୁ ଏକ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ (ଆର୍ ଓ ପ୍ଲାଣ୍ଟ) ନିର୍ମାଣ କରାଯାଇଥିଲା । ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଓ ନିମ୍ନ ମାନର ଉପକରଣ ଯୋଗୁଁ ପ୍ରକଳ୍ପଟି ମାତ୍ର ଦୁଇ ଦିନ ଚାଲିବା ପରେ ଏବେ ଦୀର୍ଘ ଦିନ ହେଲା ବନ୍ଦ ହୋଇ ପଡିଛି । ସାନଜଳ ଗ୍ରାମରେ ଏନଜିଓ ସଂସ୍ଥା ପକ୍ଷରୁ ଏକ ପ୍ରକଳ୍ପ ନିର୍ମାଣ ହେଲା ସେଠାରେ ଲକ୍ଷ ଲକ୍ଷ ଟଙ୍କାର ସୋଲାର ପ୍ୟାନେଲ, ବ୍ୟାଟେରୀ ଓ (ଆର୍ ଓ ) ପ୍ଲାଣ୍ଟର ସମସ୍ତ ଯନ୍ତ୍ରାଂଶ ଲାଗିଲା କିନ୍ତୁ ଦୁଇ ତିନି ଦିନ ଚାଲିଲା ପରେ ଏବେ ଅବ୍ୟବହୃତ ହୋଇ ଖତ ଖାଇବାରେ ଲାଗିଛି । ସୋଲାର, ବ୍ୟାଟେରୀ, ମେସିନ ଲାଗିଛି ସତ କିନ୍ତୁ ନିମ୍ନ ମାନର ଉପକରଣ ହୋଇଥିବାରୁ ଏବେ ବନ୍ଦ ହୋଇପଡିଛି । ଏ ଵାଵଦରେ ମିଳିଥିବା ମଞ୍ଜୁର ଅର୍ଥରୁ କାର୍ଯ୍ୟ କରୁଥିବା (ପିବିଡିଏ)ର ଅଧିକାରୀ ଅଧା ଚଳୁ କରିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପ୍ରକଳ୍ପ କାର୍ଯ୍ୟକାରୀ ହୋଇନଥିବାରୁ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇଁ ଆଉଟୁ ପାଉଟୁ ହୋଇ ନାଳ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ସରକାରୀ ଯୋଜନାର ଅନୁଦାନ ବାଟମାରଣା ହୋଇ ମୂଲ୍ୟବାନ ପ୍ରକଳ୍ପ ଗୁଡ଼ିକ ଅଧାରେ ଅଟକି ନଷ୍ଟ ହେବାରେ ଲାଗିଛି ।