ଓଡିଶା

odisha

ETV Bharat / state

ଏମିତି ବି ଜଣେ ଶିକ୍ଷକ: ଆଖିକୁ ଦିଶୁନି, ପିଲାଙ୍କୁ ଭବିଷ୍ୟତର ବାଟ ଦେଖାଉଛନ୍ତି - teachers sets an example

ରାଉରକେଲାର ଦିବ୍ୟ ସୁନ୍ଦର ପରିଡା ଦୃଷ୍ଟିବାଧିତ ହୋଇଥିଲେ ସୁଦ୍ଧା ଜଣେ ନିଆରା ଶିକ୍ଷକ ଭାବେ ବେଶ ଜଣାଶୁଣା। ନିଜର କଠିନ ପରିଶ୍ରମ ବଳରେ ଜଣେ ସ୍କୁଲ ଶିକ୍ଷକ ଭାବେ ନିଯୁକ୍ତ ହେବା ସହ ପିଲାଙ୍କ ଭବିଷ୍ୟତ ଗଢୁଛନ୍ତି। ଅଧିକ ପଢନ୍ତୁ

ଶିକ୍ଷାଦାନ କରୁଛନ୍ତି ଦୃଷ୍ଟିବାଧିତ ଶିକ୍ଷକ
ଶିକ୍ଷାଦାନ କରୁଛନ୍ତି ଦୃଷ୍ଟିବାଧିତ ଶିକ୍ଷକ

By

Published : Jul 14, 2023, 8:30 PM IST

ଶିକ୍ଷାଦାନ କରୁଛନ୍ତି ଦୃଷ୍ଟିବାଧିତ ଶିକ୍ଷକ

ରାଉରକେଲା:ଦୃଷ୍ଟିବାଧିତ ହୋଇ ମଧ୍ୟ ହାର ନମାନି ଜୀବନ ଯୁଦ୍ଧରେ ସଫଳ ହୋଇଛନ୍ତି ରାଉରକେଲାର ଦିବ୍ୟ ସୁନ୍ଦର ପରିଡା । ନିଜର କଠିନ ପରିଶ୍ରମ ବଳରେ ଜଣେ ସ୍କୁଲ ଶିକ୍ଷକ ଭାବେ ସେ ପିଲାଙ୍କୁ ଶିକ୍ଷା ଦାନ ଦେଉଛନ୍ତି । ସମାଜର କଟାକ୍ଷକୁ ଖାତିର ନକରି ଆଗେଇ ଚାଲିଛନ୍ତି ଦିବ୍ୟ ସୁନ୍ଦର । ଅକ୍ଷମ ହୋଇ ସକ୍ଷମ ହେବାର ଦୃଢ଼ ବିଶ୍ୱାସ ଯୋଗୁ ସମସ୍ତଙ୍କ ପାଇଁ ସେ ଉଦାହରଣ ପାଲଟିଛନ୍ତି ।

ଦୁଇ ଆଖି ସମ୍ପୂର୍ଣ୍ଣ ରୂପେ ଦିଶୁନଥିବାବେଳେ ବହୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଦିବ୍ୟ ସୁନ୍ଦର । ଏପରିକି ସାହି ପଡିଶାଙ୍କ ଟାହିଟାପରା ବି ସହିଛନ୍ତି। କିନ୍ତୁ ଏସବୁ ପରେ ବି ହାର ନମାନି ସଂଘର୍ଷ ଓ ପରିଶ୍ରମ ବଳରେ ସମାଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଦୃଷ୍ଟିବାଧିତ ହୋଇଥିବାରୁ ଲୋକଙ୍କ କଥା ଶୁଣି ଅନେକ ଥର ଭାଙ୍ଗି ବି ପଡିଛନ୍ତି, ହେଲେ କେବେ ବି ଲକ୍ଷ୍ୟ ପଥରୁ ବିଚ୍ୟୁତ ହୋଇନଥିବା ସେ କହିଛନ୍ତି ।

ତେବେ ପିଲାଟି ଦିନରୁ ସ୍ଵାବଲମ୍ବୀ ହେବାର ସ୍ଵପ୍ନ ଦେଖିଥିଲେ ଦିବ୍ୟ ସୁନ୍ଦର । ଅନ୍ୟ ଦିବ୍ୟାଙ୍ଗ ଭଳି କାହାରି ଉପରେ ନିର୍ଭରଶୀଳ ନ ହୋଇ ସେ ନିଜେ ରୋଜଗାର କରିବା ପାଇଁ ଲକ୍ଷ୍ୟ ରଖିଥିଲେ । ନିଷ୍ଠାପର ପରିଶ୍ରମ ବଳରେ ଏହି ସ୍ବପ୍ନକୁ ପୂରଣ କରି ଏବେ ଶତାଧିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି ଦିବ୍ୟ ସୁନ୍ଦର ପରିଡା। ଦିବ୍ୟସୁନ୍ଦର ଏବେ ସେକ୍ଟର-୧୬ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଅଛନ୍ତି। ପୃଥକ ପୃଥକ ସମୟରେ ଜୀବନ ସହ ଯୁଦ୍ଧ ଲଢ଼ିଥିବା ଦିବ୍ଯ ସୁନ୍ଦର ବର୍ତ୍ତମାନ ମଣିଷ ଗଢ଼ିବାରେ ଅଗ୍ରସର ହୋଇଛନ୍ତି।

ଏହା ମଧ୍ୟ ପଢନ୍ତୁ...ଅଟକିନି ଜୀବନ ଗାଡି; ଗୋଟିଏ ଗୋଡରେ ଆଟୋ ଚଲାଇ ପୋଷୁଛନ୍ତି ପରିବାର

ଯଦିଓ ଦିବ୍ୟଙ୍କ ପ୍ରତି ପରିବାର ସଦସ୍ୟ, ପ୍ରିୟଜନଙ୍କ ପୂର୍ଣ୍ଣ ସମର୍ଥନ ଥିଲା, କିନ୍ତୁ ସାହି ପଡିଶା ଲୋକେ ଭିନ୍ନ ଚକ୍ଷୁରେ ଦେଖୁଥିଲେ। କ'ଣ ହେବ ଭବିଷ୍ୟତ, କେମିତି ଚଳିବେ ସେନେଇ ଯାବତୀୟ କଥା ଶୁଣିବାକୁ ପଡୁଥିଲା । ହେଲେ କାହାରି କଥାକୁ ଖାତିର ନକରି ଶିକ୍ଷକ ହେବା ପାଇଁ ଏବଂ ଭବିଷ୍ୟତରେ କିଛି କରି ଦେଖାଇବା ପାଇଁ ସେ ନିଷ୍ଠାପର ଭାବରେ କାର୍ଯ୍ୟ କରି ଚାଲିଲେ। ବର୍ତ୍ତମାନ ସେ ଜଣେ ପ୍ରତିଷ୍ଠିତ ଶିକ୍ଷକ ଭାବରେ ବେଶ ଜଣାଶୁଣା।

ଦିବ୍ୟ ସୁନ୍ଦର ସୁନ୍ଦରଗଡ ସ୍ଥିତ ସ୍କୁଲ ଫର୍ ବ୍ଲାଇଣ୍ଡରୁ ପ୍ରଥମରୁ ସପ୍ତମ ଏବଂ ଏହାପରେ ବୁର୍ଲା ସ୍ଥିତ ବ୍ଲାଇଣ୍ଡ ହାଇସ୍କୁଲରେ ପାଠ ପଢିଥିଲେ। ନିଜର ଉଚ୍ଚ ଶିକ୍ଷା ସମ୍ପନ୍ନ ପରେ ସେ ୨୦୦୮ ମସିହାରେ ସରକାରୀ ଶିକ୍ଷକଭାବେ ନିଯୁକ୍ତି ପାଇଥିଲେ । ବର୍ତ୍ତମାନ ୨୦୧୫ ମସିହାରୁ ରାଉରକେଲା ସେକ୍ଟର ୧୬ ସରକାରୀ ହାଇସ୍କୁଲରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଦିବ୍ୟ ସୁନ୍ଦର ପରିଡା । ତାଙ୍କ ଶିକ୍ଷାଦାନ ଶୈଳୀକୁ ଛାତ୍ରଛାତ୍ରୀ ମଧ୍ୟ ବେଶ ପ୍ରଶଂସା କରିଛନ୍ତି ।

ଇଟିଭି ଭାରତ,ରାଉରକେଲା

ABOUT THE AUTHOR

...view details