ଓଡିଶା

odisha

ETV Bharat / state

ଉଦଘାଟନୀ ଉତ୍ସବରେ ହାତାହାତି ହେଲେ BJD-BJP କର୍ମୀ, ସଭାସ୍ଥଳ ଛାଡିଲେ ମନ୍ତ୍ରୀ ଦିବ୍ୟଶଙ୍କର - Energy Minister

ମନ୍ତ୍ରୀଙ୍କ ଭାଷଣକୁ ନେଇ ଉପୁଜିଛି ତୁମୁଳ କାଣ୍ଡ । ମନ୍ତ୍ରୀଙ୍କ ପ୍ରତି ଜବାବରେ ଉତ୍ତର ରଖିଲେ ସୁନ୍ଦରଗଡ ସଦର ବିଧାୟିକା କୁସୁମ ଟେଟେ । ଅଧିକ ପଢନ୍ତୁ..

ଉଦଘାଟନୀ ଉତ୍ସବରେ ହାତାହାତି ହେଲେ BJD-BJP କର୍ମୀ, ସଭାସ୍ଥଳ ଛାଡିଲେ ମନ୍ତ୍ରୀ ଦିବ୍ୟଶଙ୍କର
ଉଦଘାଟନୀ ଉତ୍ସବରେ ହାତାହାତି ହେଲେ BJD-BJP କର୍ମୀ, ସଭାସ୍ଥଳ ଛାଡିଲେ ମନ୍ତ୍ରୀ ଦିବ୍ୟଶଙ୍କର

By

Published : Aug 30, 2021, 4:59 PM IST

Updated : Aug 30, 2021, 5:52 PM IST

ସୁନ୍ଦରଗଡ: ରାଜ୍ୟ ଗୃହ, ଶିଳ୍ପ ଓ ଶକ୍ତି ମନ୍ତ୍ରୀଙ୍କୁ ନେଇ ଆୟୋଜିତ ଏକ ଉଦ୍ଘାଟନୀ ଉତ୍ସବରେ ବିଜେପି ଓ ବିଜେଡି ହାତାହାତି ହୋଇଛନ୍ତି । ତେବେ ମନ୍ତ୍ରୀଙ୍କ ଭାଷଣର ପ୍ରତି ଜବାବରେ ସୁନ୍ଦରଗଡ ବିଧାୟିକା ଦେଇଥିବା ଭାଷଣକୁ ନେଇ ଏବେ ସବୁଠି ଚର୍ଚ୍ଚାର ଖୋରାକ ଯୋଗାଇଛି । ଆଜି (ସୋମବାର) ଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁନ୍ଦରଗଡ ଜିଲ୍ଲା ହେମଗିର ବ୍ଲକ ମନୋହରପୁର OPGCର MGR ରେଳ ଲାଇନ ( ମନୋହରପୁର ଠାରୁ – ଇବ ଥର୍ମାଲ ( ଝାରସୁଗୁଡା ) ଓ ପ୍ରଥମ କୋଇଲା ବୋଝେଇ ରେଳ ଗାଡି ଚଳାଚଳର ଶୁଭ ଉଦଘାଟନ ପରେ ଦେଖିବାକୁ ମିଳିଛି ଏଭଳି ଅପ୍ରୀତିକର ପରିସ୍ଥିତି ।

ଉଦଘାଟନୀ ଉତ୍ସବରେ ହାତାହାତି ହେଲେ BJD-BJP କର୍ମୀ, ସଭାସ୍ଥଳ ଛାଡିଲେ ମନ୍ତ୍ରୀ ଦିବ୍ୟଶଙ୍କର

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ OPGCର ନୂତନ (MGR - ମେରି ଗୋ ରାଉଣ୍ଡ) MGR ସିଷ୍ଟେମକୁ ଉଦଘାଟନ କରିଛନ୍ତି । ଏନେଇ ହେମଗିରି ବ୍ଲକ ମନୋହରପୁର କୋଇଲା ଲୋଡିଂ ପ୍ଲାଟ୍ ଫର୍ମ ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶା କୋଲ୍ ଆଣ୍ଡ ପାୱାର ଲିମିଟେଡ (OCPL)ର ମନୋହରପୁର କୋଇଲା ଖଣିର MGR ଉପରେ କୋଇଲା ପରିବହନର ଶୁଭାରମ୍ଭ କରିଛନ୍ତି ।

ତେବେ ମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ ସଦର ବିଧାୟିକା କୁସୁମ ଟେଟେ, ବିଜେଡିର ରାଜ୍ୟ ସମ୍ପାଦକ ତଥା ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂ ଓ ତାଙ୍କର କେତେକ କର୍ମୀ ଯୋଗଦେଇଥିଲେ । ଶକ୍ତି ମନ୍ତ୍ରୀଙ୍କ ବକ୍ତବ୍ୟ ପରେ ବିଧାୟିକା କୁସୁମ ଟେଟେ ତାଙ୍କର ବକ୍ତବ୍ୟ ରଖିଥିଲେ । ବିଧାୟିକାଙ୍କ ଭାଷଣକୁ ନେଇ ବିଜେପି ଜିନ୍ଦାବାଦ ନାରା ଦେବାବେଳେ ବିଜେଡି ଦଳର କେତେକ କର୍ମୀ ତାଙ୍କୁ ବିରୋଧ କରିଥିବା ଦେଖିବାକୁ ମିଳିଛି ।

ଶେଷରେ ଏହାକୁ ନେଇ ଉଭୟ ଦଳଙ୍କ ମଧ୍ୟରେ କଥା କଟାକଟି ଓ ହାତାହାତି ହୋଇଥିଲା । ପରିସ୍ଥିତି ଅଧିକ ବିଗିଡିବା ଆଶଙ୍କା କରି ମନ୍ତ୍ରୀ ତାଙ୍କ ସ୍ଥାନ ଛାଡି ସଭା ସ୍ଥଳରୁ ଯଥାଶୀଘ୍ର ପଳାଇଥିଲେ । ତେବେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ବେଶ କିଛି ସମୟ ଧସ୍ତାଧସ୍ତି ହୋଇଥିବା ନଜରକୁ ଆସିଛି । ଘଟଣାସ୍ଥଳରେ ପୋଲିସ ଉଭୟ ଦଳଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିଥିଲେ ମଧ୍ୟ ଆଗାମୀ ଦିନରେ ଏହା ବିସ୍ଫୋରକ ରୂପ ନେବ ବୋଲି ରାଜନୈତିକ ସମୀକ୍ଷକଙ୍କ ମହଲରେ ଚର୍ଚ୍ଚା ହୋଇଛି ।

ସୁନ୍ଦରଗଡରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

Last Updated : Aug 30, 2021, 5:52 PM IST

ABOUT THE AUTHOR

...view details