ସୁନ୍ଦରଗଡ: ବଡଗାଁ ବ୍ଲକ ସହକାରୀ ଯନ୍ତ୍ରୀ ପର୍ଶୁରାମ ନାଏକଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିଃର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆରମ୍ଭ କରିଛି ଚଢାଉ । 4ଟି ଦଳରେ ଭିଜିଲାନ୍ସ ଜାରି ରଖିଛି ଚଢାଉ । ରାଉରକେଲା, ଦେବଗଡ, ଝାରସୁଗୁଡା ଓ ସୁନ୍ଦରଗଡ ଭିଜିଲାନ୍ସ ମିଳିତ ଭାବେ ଆରମ୍ଭ କରିଛନ୍ତି ଚଢାଉ ।
ଆଜି ଏକକାଳୀନ ଯନ୍ତ୍ରୀଙ୍କ ରଙ୍ଗାଢିପା ବାସଗୃହ, ଲେଫ୍ରିପଡା ପୈତୃକ ଗୃହ, ଥାନାପଡା ଶ୍ବଶୁରଙ୍କ ଗୃହ ଓ ତାଙ୍କ ବଡଗାଁ ଅଫିସ କାର୍ଯ୍ୟାଲୟରେ ଜାରି ରହିଛି ଚଢାଉ । କେବଳ ରଙ୍ଗାଢିପା ବାସଗୃହର ଆକଳନ ଦୁଇକୋଟିରୁ ଅଧିକ ବୋଲି ଭିଜିଲାନ୍ସ କହିଛି । ଏହାସହ ଯନ୍ତ୍ରୀଙ୍କ ନିଜ ନାଁରେ ଭୁବନେଶ୍ବରରେ ଗୋଟିଏ ବହୁମୂଲ୍ୟ ପ୍ଲଟ ଥିବା କଥା ଭିଜିଲାନ୍ସ ଡିଏସପି କହିଛନ୍ତି ।