ଓଡିଶା

odisha

ETV Bharat / state

3 ଦଫା ଦାବିରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଗର୍ଜିଲେ ପ୍ରାଥମିକ ଶିକ୍ଷକ

3 ଦଫା ଦାବି ନେଇ ଗର୍ଜିଲା ମିଳିତ ପ୍ରାଥମିକ ଶିକ୍ଷକ ମହାସଙ୍ଘ । ଏନେଇ ଶିକ୍ଷକ ସଂଘ ପକ୍ଷରୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

By

Published : Nov 20, 2022, 10:48 PM IST

ପ୍ରାଥମିକ ଶିକ୍ଷକ ମହାସଙ୍ଘ ପକ୍ଷରୁ 3 ଦଫା ଦାବି ନେଇ ବିକ୍ଷୋଭ
ପ୍ରାଥମିକ ଶିକ୍ଷକ ମହାସଙ୍ଘ ପକ୍ଷରୁ 3 ଦଫା ଦାବି ନେଇ ବିକ୍ଷୋଭ

ରାଉରକେଲା: 3 ଦଫା ଦାବି ନେଇ ଗର୍ଜିଲା ମିଳିତ ପ୍ରାଥମିକ ଶିକ୍ଷକ ମହାସଙ୍ଘ (United Primary Teachers federation)। ଏନେଇ ଶିକ୍ଷକ ସଂଘ ପକ୍ଷରୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । 3ଦଫା ସମ୍ବଳିତ ଦାବିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ତେବେ ଦାବିପୂରଣ ନହେଲେ ବିଶାଳ ଆନ୍ଦୋଳନ ହେବ । ଏଭଳି ଚେତାବନୀ ଦେଇଛି ବଣାଇ ବ୍ଲକର ମିଳିତ ପ୍ରାଥମିକ ଶିକ୍ଷକ ମହାସଙ୍ଘ ।

ପ୍ରାଥମିକ ଶିକ୍ଷକ ମହାସଙ୍ଘ ପକ୍ଷରୁ 3 ଦଫା ଦାବି ନେଇ ବିକ୍ଷୋଭ

ଆଜି ବଣାଇ ବ୍ଲକର ଶତାଧିକ ମିଳିତ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀ କଲେଜ ଛକରୁ ଏକ ଶୋଭାଯାତ୍ରା ବାହାରି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ନାରାବାଜି କରିବା ସହିତ ନିଜର 3ଦଫା ଦାବି ଉପସ୍ଥାପନା କରିଥିଲେ । ଦାବି ମଧ୍ୟରେ ପ୍ରଥମ ଦାବିଥିଲା 6 ବର୍ଷ ଚୁକ୍ତିଭିତ୍ତିକ ଚାକିରିର ପୂର୍ଣ୍ଣ ନୂତନ ଦରମା, ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା, କେନ୍ଦ୍ରୀୟ ଶିକ୍ଷକଙ୍କ ଦରମା ହାରରେ ସାମିଲ କରିବା । ଏହି ଦାବିକୁ ନେଇ ଆଜି ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ବ୍ଲକମଣ୍ଡଳ ଶିକ୍ଷା ଅଧିକାରୀ ସୁନୀଲ ମୁଣ୍ଡୁଙ୍କୁ ଦାବିପତ୍ର ଦେବା ସହିତ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମୁଖରେ ଏକ ପ୍ରତିବାଦ ସଭା କରିଥିଲେ । ଏହି ତିନି ଦଫା ଦାବିକୁ ଯଦି ରାଜ୍ୟ ସରକାର ପୂରଣ ନକରନ୍ତି ତେବେ ଆଗାମୀ ଦିନରେ ରାଜଧାନୀରେ ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ଖୋଲା ଖୋଲି ଭାବେ ଚେତାବନୀ ଦେଇଛନ୍ତି ।

ଏହାମଧ୍ୟ ପଢ଼ନ୍ତୁ.ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ

ସୂଚନାନୁସାରେ 2013 ମସିହାରୁ ଯେଉଁ ଠିକା ନିଯୁକ୍ତିରେ ଶିକ୍ଷକମାନେ ନିଯୁକ୍ତି ପାଇଥିଲେ ସେମାନଙ୍କ ଉପରୁ ଠିକା ନିଯୁକ୍ତି ଉଠାଇଛନ୍ତି ସରକାର। କିନ୍ତୁ 2001 ମସିହାରୁ ଯେଉଁ ଶିକ୍ଷକମାନେ ନିଯୁକ୍ତି ପାଇଥିଲେ ସେମାନଙ୍କୁ ସରକାର ଉପେକ୍ଷା କରିଛନ୍ତି ବୋଲି କହିଛି ସଂଘ । ସେହିପରି କେନ୍ଦ୍ରୀୟ ହାରରେ ସରକାର ଦରମା ଦେଉନାହାଁନ୍ତି । ପୁରୁଣା ପେନସନର ପୁନଃ ପ୍ରଚଳନ କରିବା ପାଇଁ ଦାବି ରଖିଛି ସଂଘ । ନିକଟରେ ରାଜ୍ୟ ସରକାର ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତିରେ ପରିବର୍ତ୍ତନ କରିଛନ୍ତି । ଫଳରେ ରାଜ୍ୟରେ ହଜାର ହଜାର ସଂଖ୍ୟାର କର୍ମଚାରୀ ସ୍ଥାୟୀ ନିଯୁକ୍ତିର ସୁଯୋଗ ପାଇଛନ୍ତି । ମାତ୍ର ବିଭିନ୍ନ ସ୍କୁଲ ମାନଙ୍କରେ ଶିକ୍ଷାଦାନ ଦେଉଥିବା ଜିଲ୍ଲା ପରିଷଦ ମାଧ୍ୟମରେ ଚୁକ୍ତି ଭିତ୍ତିକ ପ୍ରାଥମିକ ଶିକ୍ଷକଙ୍କ କଥା ସରକାର ଭୁଲି ଯାଇଛନ୍ତି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details