ଓଡିଶା

odisha

By

Published : Nov 5, 2021, 12:19 PM IST

ETV Bharat / state

କୋରୋନା କଟକଣାରେ ଚାଲିଛି ମା' ଶ୍ୟାମା କାଳୀଙ୍କ ପୂଜାର୍ଚ୍ଚନା

ଡେଙ୍ଗିଭାଡି କାଳୀ ପୂଜା କମିଟି ଦ୍ୱାରା କାଳୀ ମଣ୍ଡପ ଛକରେ ମା' ଶ୍ୟାମା କାଳୀଙ୍କର ପୂଜା ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

କୋରୋନା କଟକଣା ମଧ୍ୟରେ ଚାଲିଛି  ମା' ଶ୍ୟାମା କାଳୀଙ୍କର ପୂଜାର୍ଚ୍ଚନା
କୋରୋନା କଟକଣା ମଧ୍ୟରେ ଚାଲିଛି ମା' ଶ୍ୟାମା କାଳୀଙ୍କର ପୂଜାର୍ଚ୍ଚନା

ସୁନ୍ଦରଗଡ: ଜିଲ୍ଲାରେ ଚାଲିଛି ମା' ଶ୍ୟାମା କାଳୀଙ୍କର ପୂଜା । ଡେଙ୍ଗିଭାଡି କାଳୀ ପୂଜା କମିଟି ଦ୍ୱାରା କାଳୀ ମଣ୍ଡପ ଛକରେ ମା'ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ଏନେଇ ମଧ୍ୟ ରାତ୍ରିରେ ମା'ଙ୍କର ପୂଜା ସମସ୍ତ ରୀତି ନୀତିରେ ଆରମ୍ଭ ହୋଇ ଭୋର ସମୟରେ ହୋମ ଓ ପୁଷ୍ପାଞ୍ଜଳି ପରେ ସମାପନ ହୋଇଛି । ତେବେ ମା'ଙ୍କୁ ଦର୍ଶନ କରିବା ପାଇଁ ଭୋର ସମୟରେ ଭକ୍ତ ଭିଡ ଜମିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

କୋରୋନା କଟକଣା ମଧ୍ୟରେ ଚାଲିଛି ମା' ଶ୍ୟାମା କାଳୀଙ୍କର ପୂଜାର୍ଚ୍ଚନା

ତେବେ ଆସନ୍ତା ୨ଦିନ ପରେ ମା'ଙ୍କୁ ବିସର୍ଜନ ଦିଆଯିବା ନେଇ କାଳୀ ପୂଜା କମିଟି ତରଫରୁ କୁହାଯାଇଛି । ତେବେ କୋରୋନା କଟକଣା ମଧ୍ୟରେ କମିଟି ତରଫରୁ କଡା ପଦକ୍ଷପ ନିଆଯାଇ ମା'ଙ୍କ ପୂଜାର୍ଚ୍ଚନା କରାଯାଉଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details