ଓଡିଶା

odisha

ETV Bharat / state

କନାକୁଣ୍ଡରେ ପୁଣି ଅଘଟଣ, ବୁଲିବାକୁ ଯାଇ ପାଣିରେ ଭାସିଗଲେ 2ଯୁବକ - ରାଉରକେଲା ନ୍ୟୁଜ

ଇବ୍‌ନଦୀର ଚର୍ଚ୍ଚିତ ଦର୍ଶନୀୟ ସ୍ଥାନ କନାକୁଣ୍ଡରେ ବୁଲିବାକୁ ଯାଇ ଭାସିଗଲେ 2 ଜଣ ଯୁବକ । ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ ଯୁବକ 2ଜଣଙ୍କୁ ଖୋଜା ଖୋଜି ଜାରି ରଖିଛି। ଅଧିକ ପଢନ୍ତୁ

kanakunda sundargarh
kanakunda sundargarh

By

Published : Jan 4, 2023, 6:45 PM IST

ରାଉରକେଲା:ପୁଣି ମୁଣ୍ଡ ନେଲା କନାକୁଣ୍ଡ । ଅସାବଧାନତା ଯୋଗୁଁ ଭାସିଗଲେ ଯୁବକ । ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ୍ ଘୋଘର ନିକଟ ଇବ୍‌ନଦୀର ଚର୍ଚ୍ଚିତ ଦର୍ଶନୀୟ ସ୍ଥାନ କନାକୁଣ୍ଡରେ ପୁଣି ଅଘଟଣ। ବୁଲିବାକୁ ଯାଇ ଭାସିଗଲେ ୨ ଯୁବକ। କନାକୁଣ୍ଡରେ ୨ ଜଣ ଯୁବକ ଭାସିଯାଇଥିବା ବେଳେ ଜଣେ ଉଦ୍ଧାର। ପାଣିରେ ଭାସି ଯାଉଥିବା ନାବାଳକକୁ ଉଦ୍ଧାର କରିବାକୁ ଯାଇ ବୁଡ଼ି ଯାଇଥିବା ସୂଚନା।

ସୂଚନା ଅନୁସାରେ, ଝାରସୁଗୁଡ଼ା ଜିଲ୍ଲା ବରୋମାଲ ଗାଁରୁ ୨୫ ଜଣ ଯୁବକ କନାକୁଣ୍ଡ ବଣଭୋଜି କରିବାକୁ ଆସିଥିଲେ। ପଥର ଉପରେ ରୋଷେଇ ଚାଲିଥିବା ବେଳେ ୧୭ ବର୍ଷର ମୁକେଶ ମେହେର ଏକ ପଥର ଉପରୁ ଅନ୍ୟପଟକୁ ଯାଉଥିବା ବେଳେ ପାଣି ଭିତ‌ରେ ଖସି ପଡ଼ିଥିଲେ। ପହଁରା ଜାଣି ନ ଥିବାରୁ ସେ ଉବୁଟୁବୁ ହୋଇ ଭାସି ଯାଉଥିବା ଦେଖି ତାଙ୍କୁ ଉଦ୍ଧାର କରିବାକୁ ତାଙ୍କ ସହ ଯାଇଥିବା ଚୂଡ଼ାମଣି ମେହେର(୨୬) ଓ ସତୀଶ କୁମାର ଗୁପ୍ତା (୨୬) ପାଣିକୁ ଡେଇଁ ପଡ଼ିଥି‌ଲେ। କିନ୍ତୁ ମୁକେଶକୁ ଉଦ୍ଧାର କରିବା ସମ୍ଭବ ହୋଇ ନ ଥିଲା। ବରଂ ଚୂଡ଼ାମଣି ଓ ସତୀଶ ବି ଭଉଁରୀରେ ଫସି ଯାଇଥିଲେ ।

ତେବେ କୌଣସି ମତେ ସତୀଶ ଏକ ପଥରକୁ ଧରି ଜୀବନ ବଞ୍ଚାଇଥିବା ବେଳେ ଚୂଡ଼ାମଣି ଭଉଁରୀରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି। ଖବର ପାଇ ବାଲିଶଙ୍କରା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଏକ ମୁଣ୍ଡିଆ ପଥରରେ ଅଟକି ରହିଥିବା ସତୀଶଙ୍କୁ ଉଦ୍ଧାର କରି ଅନ୍ୟ ୨ଜଣଙ୍କ ଉଦ୍ଧାର ପାଇଁ ଚଲାଇଛନ୍ତି ଅପରେସନ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ବିଭାଗ ଯୁବକଙ୍କୁ ଖୋଜା ଖୋଜି ଜାରି ରଖିଥିବା ବେଳେ ସେଠାରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details