ରାଉରକେଲା:ଫର୍ଟିଲାଇଜର କନ୍ଷ୍ଟ୍ରକ୍ସନ କଲୋନୀ ଦୁଇ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଫୋପାଡ଼ି ଦେବା ଘଟଣା । ପୂର୍ବରୁ ତିନିଜଣ ଗିରଫ ହୋଇଥିବା ବେଳେ ଗୁରୁବାର ମୁଖ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ରାଉରକେଲା ଟାଙ୍ଗରପଲ୍ଲୀ ପୋଲିସ । ମୃତ ଯୁବକ ଇନ୍ଦ୍ରଜିତ ସ୍ୱାଇଁ କଣ୍ଟ୍ରାକ୍ଟର ଭାବରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ସାଙ୍ଗ ସଞ୍ଜୟ ଦାସ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ତେବେ ଜମିବାଡିକୁ ନେଇ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛି ପୋଲିସ ।
ସୂଚନାଅନୁସାରେ, ଜମିବାଡି ବିବାଦକୁ ନେଇ କିଛି ବ୍ୟକ୍ତିଙ୍କ ସହ ଇନ୍ଦ୍ରଜିତଙ୍କ କଳହ ଲାଗିରହିଥିଲା । ତେବେ ଗତ ୪ ତାରିଖରେ ହତ୍ୟାକାରୀମାନେ ଶାବଳ, ଲାଠି ଭଳି ମାରଣାସ୍ତ୍ର ବ୍ୟବହାର କରି ଇନ୍ଦ୍ରଜିତଙ୍କୁ ହତ୍ୟା କରିଥିଲେ । ଇନ୍ଦ୍ରଜିତ ସ୍ବାଇଁଙ୍କୁ ଅଭିଯୁକ୍ତମାନେ ହତ୍ୟା କରୁଥିବା ବେଳେ ତାଙ୍କ ସାଙ୍ଗ ସଞ୍ଜୟ ସେଠାରେ ପହଞ୍ଚିଥିଲେ । ଇନ୍ଦ୍ରଜିତଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ଅଭିଯୁକ୍ତମାନେ ସଞ୍ଜୟଙ୍କୁ ମଧ୍ୟ ନିର୍ମମ ଭାବରେ ହତ୍ୟା କରିଥିଲେ । ହତ୍ୟା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବାରୁ, ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା ବେଳେ ସଫଳ ହୋଇଛି । ଗିରଫ ଦୁଇ ମୁଖ୍ୟ ଅଭିଯୁକ୍ତ ହେଲେ ଗଞ୍ଜୁ ଭୂମିଜ ଏବଂ ଶୁକ୍ରମଣି ଭୂମିଜ ।
ଏହା ମଧ୍ୟ ପଢନ୍ତୁ: Rourkela Double Murder: ୩ ଅଭିଯୁକ୍ତ ଗିରଫ, ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ