ଓଡିଶା

odisha

ETV Bharat / state

କଂଗ୍ରେସ କାର୍ଯ୍ୟାଳୟରେ ଗଣ୍ଡଗୋଳ, ବୈଠକ ବାତିଲ - କଂଗ୍ରେସ ପିସିସି ପରିବର୍ତ୍ତନ

କଂଗ୍ରେସର ସୁନ୍ଦରଗଡ଼ ତଥା ରାଉରକେଲା ଜିଲ୍ଲା ପର୍ଯ୍ୟବେକ୍ଷକ ଯଜ୍ଞେଶ୍ବର ବାବୁ ଆଜି କଂଗ୍ରେସ କର୍ମୀ ଓ ନେତାଙ୍କୁ ନେଇ ବୈଠକ କରୁଥିବା ବେଳେ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

By

Published : Oct 30, 2019, 3:01 PM IST

ରାଉରକେଲା: ଏପଟେ କଂଗ୍ରେସ ପିସିସି ପରିବର୍ତ୍ତନ ନେଇ କନ୍ଦଳ ଦେଖାଦେଇଥିବା ବେଳେ ଆଜି ରାଉରକେଲା କଂଗ୍ରେସ କାର୍ଯ୍ୟାଳୟରେ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଦେଖିବାକୁ ମିଳିଛି। କଂଗ୍ରେସର ସୁନ୍ଦରଗଡ଼ ତଥା ରାଉରକେଲା ଜିଲ୍ଲା ପର୍ଯ୍ୟବେକ୍ଷକ ଯଜ୍ଞେଶ୍ବର ବାବୁ ଆଜି କଂଗ୍ରେସ କର୍ମୀ ଓ ନେତାଙ୍କୁ ନେଇ ବୈଠକ କରୁଥିବା ବେଳେ, ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ଦେଖିବାକୁ ମିଳିଥିଲା କିଛି ଏମିତି ଦୃଶ୍ୟ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

ପରିସ୍ଥିତି ଏମିତି ହେଲା ଯେ ବୈଠକ ବାତିଲ କରିବାକୁ ପଡିଥିଲା। ଯଜ୍ଞେଶ୍ବର ବାବୁଙ୍କ ସମ୍ମୁଖର ହୋଇଥିବା ଗଣ୍ଡଗୋଳରେ ଏହା ସ୍ପଷ୍ଟ ହୋଇଥିଲା ଯେ, କଂଗ୍ରେସରେ ଏବେ 'ଅଲ ଇଜ ନଟ ୱେଲ' । ରାଉରକେଲା ଜିଲ୍ଲା ସଭାପତି ପଦ ପାଇଁ ପ୍ରତିଦ୍ବନ୍ଦିତା ଏହି ଗଣ୍ଡଗୋଳର ମୁଖ୍ୟ କାରଣ ବୋଲି କୁହାଯାଉଛି।

ରାଉରକେଲା ସହିତ ସୁନ୍ଦରଗଡ଼ ଜିଲ୍ଲାରେ କଂଗ୍ରେସ ମଧ୍ୟରେ ଗୋଷ୍ଠୀ କନ୍ଦଳ ଯୋଗୁଁ ଗତ ନିର୍ବାଚନର ଫଳ କଂଗ୍ରେସ ଦେଖିସାରିଛି । ତଥାପି ଦଳ ମଧ୍ୟରେ ଏଭଳି ମତାନ୍ତର ମୁଖିଆଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details