ରାଉରକେଲା:ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର ସାଇକଲ ଧକ୍କା 2 ଜଣ ସାଇକଲ ଆରୋହୀ ମୃତ । ରାସ୍ତା ପାର୍ ହେଉଥିବା ବେଳେ ଚଢ଼ିଗଲା କାର । ଦୁର୍ଘଟଣା ସ୍ଥଳରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଚି ହୋଇଥିଲା । ମୃତକଙ୍କୁ କ୍ଷତି ପୂରଣ ଦାବିରେ ରାସ୍ତାରେ ମୃତଦେହ ରଖି ୧୦ନଂ ରାଜ୍ୟ ରାଜପଥ ଅବରୋଧ ସ୍ଥାନୀୟ ଲୋକେ । ଫଳରେ ଘଣ୍ଟାଘଣ୍ଟା ଧରି ଯାତାୟତ ଠପ ହୋଇଯାଇଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଯୋଗ୍ୟ ବଡ଼ଗାଁ ଥାନା ଅନ୍ତର୍ଗତ ଜରଙ୍ଗଲୋଇ A9 ଢାବା ପାଖରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ୨ ଜଣ ଝାରମୁଣ୍ଡା ଗ୍ରାମର ସମ୍ବାରୁ ସାହୁ(୪୦) ଓ କ୍ଷୀରୋଦ ପୃଶେଠ(୪୫) ବୋଲି ଡଣାପଡିଛି । ଉଭୟ ସକାଳୁ କୌଣସି କାର୍ଯ୍ୟରେ ଘରୁ ବାହାରିଥିଲେ । କାର୍ଯ୍ୟ ସାରି ସାଇକେଲରେ ଘରକୁ ଫେରିବାକୁ ରାସ୍ତା ପାର ହେଉଥିବା ସମୟରେ ରାଉରକେଲା ପଟୁ ସୁନ୍ଦରଗଡ଼କୁ ଯାଉଥିବା ଏକ ଦୃତଗାମୀ କାର ଉଭୟଙ୍କୁ ଧକ୍କା ଦେଇଥିଲା । ଫଳରେ ଦୁଇ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । କାରଟି ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ବେଳେ ସଦର ଥାନା ଅନ୍ତର୍ଗତ ଜଗତଗଡ଼ ଠାରେ କାରକୁ ଧରିଥିଲା ପୋଲିସ ।
ଏହା ମଧ୍ୟ ପଢନ୍ତୁ ......ରାସ୍ତା କଡରେ ବସି ମୋବାଇଲରେ କ୍ରିକେଟ ମ୍ୟାଚ ଦେଖୁଥିଲେ, ପିଟିଦେଲା ବାଇକ