ଓଡିଶା

odisha

ETV Bharat / state

ଉଗ୍ର ହେଉଛି କଂଗ୍ରେସର ଦଳୀୟ କନ୍ଦଳ, ସାମ୍ବାଦିକ ସମ୍ମଳନୀରେ ଦୁଇ ନେତାଙ୍କ ମଧ୍ୟରେ ସଙ୍ଘର୍ଷ - କଂଗ୍ରେସ ନେତାଙ୍କ ମଧ୍ୟରେ ମାରପିଟ

ରାଉରକେଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ବେଳେ ଦୁଇ ନେତାଙ୍କ ମଧ୍ୟରେ ସଙ୍ଘର୍ଷ । ଦଳର ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ନିଜର ପଦ ପଦବୀକୁ ନେଇ ପ୍ରଥମେ କଥା କଟାକଟି ଓ ପରେ ରକ୍ତାକ୍ତ ସଙ୍ଘର୍ଷ ଘଟିଛି । ଯାହା ବର୍ତ୍ତମାନ ରାଉରକେଲା ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଧିକ ପଢ଼ନ୍ତୁ

ସାମ୍ବାଦିକ ସମ୍ମଳନୀରେ ଦୁଇ ନେତାଙ୍କ ମଧ୍ୟରେ ସଙ୍ଘର୍ଷ
ସାମ୍ବାଦିକ ସମ୍ମଳନୀରେ ଦୁଇ ନେତାଙ୍କ ମଧ୍ୟରେ ସଙ୍ଘର୍ଷ

By

Published : May 12, 2023, 4:19 PM IST

ସାମ୍ବାଦିକ ସମ୍ମଳନୀରେ ଦୁଇ ନେତାଙ୍କ ମଧ୍ୟରେ ସଙ୍ଘର୍ଷ

ରାଉରକେଲା: ରଣକ୍ଷେତ୍ର ପାଲଟିଲା ସାମ୍ବାଦିକ ସମ୍ମିଳନୀ କକ୍ଷ । କଂଗ୍ରେସ ନେତାଙ୍କ ମଧ୍ୟରେ ମାରପିଟ । ରାଉରକେଲା ସେକ୍ଟର ୨୧ କଂଗ୍ରେସ ଭବନରେ କଂଗ୍ରେସର ଦୁଇ ନେତାଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଆଜି ରାଉରକେଲା କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା । ସେହି ସାମ୍ବାଦିକ ସମ୍ମିଳନୀରେ ବସିବା ପୂର୍ବରୁ କଂଗ୍ରେସ ନେତାଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇ ଯାଇଥିଲା । ଏଭଳି ଏକ ଘଟଣା ବର୍ତ୍ତମାନ ରାଉରକେଲା ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାଯୋଗ୍ୟ ଯେ ଆଜି ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହେବା ସମୟରେ କଂଗ୍ରେସ ଦଳର ଦୁଇ ବରିଷ୍ଠ ନେତା ଯଥା ବର୍ତ୍ତମାନ ପିସିସି ମେମ୍ବର ଏବଂ ପୂର୍ବତନ ରାଉରକେଲା ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତିଙ୍କ ମଧ୍ୟରେ ପ୍ରଥମେ ପରସ୍ପରର ପଦ ପଦବୀକୁ ବଚସା ଆରମ୍ଭ ହୋଇଥିଲା । ସାମ୍ବାଦିକ ସମ୍ମିଳନୀରେ କିଏ ମଝିରେ ବସିବ ଓ କିଏ କଡ଼ରେ ବସିବ ଏହାକୁ ନେଇ ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହାପରେ ଦୁହେଁ ଦୁହିଁଙ୍କ ଉପରେ ହାତ ଉଠାଇବାକୁ ପଛାଇ ନଥିଲେ । ଉଭୟଙ୍କ ମଧ୍ୟରେ ଜୋରଦାର ମାରପିଟ୍‌ ହୋଇଥିଲା । ଏହି ସଂଘର୍ଷରେ ଉଭୟ ପକ୍ଷର ନେତାଏ ଗୁରୁତର ଆହତ ହୋଇଛନ୍ତି । ଏଭଳି ଏକ ଘଟଣା ଏବେ ରାଉରକେଲାରେ କଂଗ୍ରେସ ଦଳର ଅସ୍ତିତ୍ବ ଉପରେ ପ୍ରଶ୍ନ ସୃଷ୍ଟି କରିଛି ।

ତେବେ ଗତ କିଛିଦିନ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ ଭୁବନେଶ୍ବରରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଖୋଲା ମଞ୍ଚରେ ଦଳୀୟ ନେତୃତ୍ବକୁ ସମାଲୋଚନା କରିଥିଲେ । ବର୍ତ୍ତମାନ ରାଉରକେଲାରେ କଂଗ୍ରେସର ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ଏଭଳି ରକ୍ତାକ୍ତ ସଂଘର୍ଷକୁ ନେଇ ପୁଣି ଚର୍ଚ୍ଚାରେ ଦଳୀୟ କନ୍ଦଳ । ତେବେ ରାଉରକେଲା କଂଗ୍ରେସରେ ଏଭଳି ଘଟଣା ନୂଆ ନୁହେଁ, ପୂର୍ବରୁ ତତ୍କାଳୀନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଉରକେଲା ଆସିଥିବା ବେଳେ କଂଗ୍ରେସ ନେତାଙ୍କ ମଧ୍ୟରେ ଏଭଳି ଏକ ସଂଘର୍ଷ ଦେଖିବାକୁ ମିଳିଥିଲା । ଯାହା ସେତେବେଳେ ରାଜ୍ୟ ରାଜନୀତିରେ ଏକ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏବେ ପୁଣି ଏଭଳି ଏକ ଘଟଣା କଂଗ୍ରେସ ଦଳରେ ପଦ ପଦବୀକୁ ନେଇ ଲାଗି ରହିଥିବା ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି । ତେବେ ଏହି ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି । କଂଗ୍ରେସ ଦଳ ପକ୍ଷରୁ ଏହି ଘଟଣା ନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details