ସୁନ୍ଦରଗଡ:ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ପୋଲିସ 2 ଜଣ କୋଇଲା ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଦୁଇଟି ଗାଡି ଓ 6 ଟନ 40 କିଲୋଗ୍ରାମ ଓଜନର କୋଇଲା ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ, ସୁଦର୍ଶନ ବାରିକ ଓ ରୋହିତ କିଶାନ । ଅଭିଯୁକ୍ତ ଦୁହିଁଙ୍କ ଘର ସୁନ୍ଦରଗଡ ଜିଲ୍ଲା ବଡଗାଁ ଥାନା ଅନ୍ତର୍ଗତ ଶଙ୍କରାପୋଷ ବୋଲି ଲେଫ୍ରିପଡା ପୋଲିସ କହିଛି ।
ବିନା ନମ୍ବରରେ ଚାଲାଣ ହେଉଥିଲା କୋଇଲା, 2 ଗିରଫ - coal thieves were arrested
ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ପୋଲିସ ଦ୍ୱାରା ଦୁଇ ଜଣ କୋଇଲା ଚୋର ଗିରଫ । 6 ଟନ 40 କିଲୋଗ୍ରାମ ଓଜନର ଚୋରା କୋଇଲା ସହ ଦୁଇଟି ଗାଡି ଜବତ । ଅଧିକ ପଢନ୍ତୁ...
ଦୁଇ ଜଣ କୋଇଲା ଚୋର ଗିରଫ, ବିପୁଳ କୋଇଲା ସହ ଦୁଇଟି ଗାଡି ଜବତ
ଦୁଇ ଜଣ କୋଇଲା ଚୋର ଗିରଫ, ବିପୁଳ କୋଇଲା ସହ ଦୁଇଟି ଗାଡି ଜବତ
ଜବତ ଗାଡି ଦୁଇଟି ମଧ୍ୟରୁ ଗୋଟିକରେ ନମ୍ବର ଥିବା ବେଳେ ଅନ୍ୟଟି ବିନା ନମ୍ବରରେ ଚାଲୁଥିଲା । OD-16A-9936 ଗାଡିରୁ 2 ଟନ 450 କିଲୋଗ୍ରାମ କୋଇଲା ଜବତ ହୋଇଥିବା ବେଳେ ବିନା ନମ୍ବର ଗାଡିରୁ 3 ଟନ 590 କିଲୋଗ୍ରାମ କୋଇଲା ଜବତ ହୋଇଛି । ତେବେ ଅଭିଯୁକ୍ତଙ୍କୁ ପୋଲିସ ଦଫା 379/411/34 IPC/21 MMDR ଧାରାରେ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ମାନେ ହେମଗିର ଅଞ୍ଚଳରୁ ଏହି କୋଇଲା ଚୋରାରେ ନେଇ ଚାଲାଣ କରିବାକୁ ଯାଉଥିଲା ବେଳେ ପୋଲିସ ସୁରଗୁଡା ଛକରୁ ଏମାନଙ୍କୁ ଗିରଫ କରିଥିଲା ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ