ଓଡିଶା

odisha

ETV Bharat / state

22 ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ପାଇଲେ ରାଷ୍ଟ୍ରପତି ପୁରସ୍କାର

ସୁନ୍ଦରଗଡର 22 ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ରାଷ୍ଟ୍ରପତି ପୁରସ୍କାର ପାଇଲେ । ଜିଲ୍ଲାପାଳ ସମସ୍ତ 22 ଜଣଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଅଧିକ ପଢନ୍ତୁ...

Twenty-two teachers from Sundargarh received the Presidential Award
ସୁନ୍ଦରଗଡର 22 ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ପାଇଲେ ରାଷ୍ଟ୍ରପତି ପୁରସ୍କାର

By

Published : Feb 25, 2021, 10:48 PM IST

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାର 22 ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଆଜି (ଗୁରୁବାର) ରାଷ୍ଟ୍ରପତି ପୁରସ୍କାର ପାଇ ଆନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରେ ଜିଲ୍ଲାପାଳ ସମସ୍ତ 22 ଜଣଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ସମ୍ମାନ ଭାବେ ପ୍ରତ୍ୟେକଙ୍କୁ ଗୋଟିଏ କରି ରୌପ୍ୟ ପଦକ, ଗୋଟିଏ ବ୍ରୋଞ୍ଜ ପଦକ ସହ ମାନପତ୍ର ଦିଆଯାଇଛି ।

ସୁନ୍ଦରଗଡର 22 ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ପାଇଲେ ରାଷ୍ଟ୍ରପତି ପୁରସ୍କାର

ଗତ 2011 ରାଷ୍ଟ୍ରୀୟ ଜନଗଣନା (census-2011) ରେ ଜିଲ୍ଲାର ଏହି 22 ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ତାଙ୍କ କାମରେ ଅଭୁତପୂର୍ବ ସଫଳତା ଆଣିଥିବା ନେଇ ରାଷ୍ଟ୍ରପତି ଦର୍ଶାଇବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ସମସ୍ତ ପୁରସ୍କାର ଓ ମାନପତ୍ର ରାଷ୍ଟ୍ରପତିଙ୍କ ଦପ୍ତରରୁ ଜିଲ୍ଲା ପ୍ରଶାସନ ନିକଟକୁ ଆସିଥିବା କଥା ସେ କହିଥିଲେ ।

ସମସ୍ତ 22 ଜଣଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଏବଂ ଏହିବର୍ଷ ଆରମ୍ଭ ହେବାକୁ ଯାଉଥିବା ରାଷ୍ଟ୍ରୀୟ ଜନଗଣନା (census-2021)ରେ ସେମାନେ ଯେପରି ଆହୁରି ଭଲ ପ୍ରଦର୍ଶନ କରନ୍ତି ଓ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ହୁଅନ୍ତି ସେ ନେଇ କାମ କରିବାକୁ କହିଥିଲେ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details