ଓଡିଶା

odisha

ETV Bharat / state

ଟ୍ରାନ୍ସପୋର୍ଟରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ଘେରିଲେ ଟ୍ରକ ମାଲିକ - truck owners surrounded the police station

ଟ୍ରାନ୍ସପୋର୍ଟରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ଘେରାଉ କଲେ ଟ୍ରକମାଲିକମାନେ । ମା ତାରିଣୀ ନାମକ ଜଣେ ନିର୍ଦ୍ଦିଷ୍ଟ ଟ୍ରାନ୍ସପୋର୍ଟରଙ୍କ ବିରୁଦ୍ଧରେ ଗତକାଲି(ବୁଧବାର) ଶତାଧିକ ଟ୍ରକ ମାଲିକମାନେ ମିଳିତ ହୋଇ ଟାଉନ ଥାନା ଘେରାଉ କରିଥିଲେ । ଅଧିକ ପଢନ୍ତୁ...

ଟ୍ରାନ୍ସପୋର୍ଟରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ଘେରିଲେ ଟ୍ରକ ମାଲିକ
ଟ୍ରାନ୍ସପୋର୍ଟରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ଘେରିଲେ ଟ୍ରକ ମାଲିକ

By

Published : Sep 9, 2021, 7:36 AM IST

ସୁନ୍ଦରଗଡ଼: ଟ୍ରାନ୍ସପୋର୍ଟରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ଘେରାଉ କଲେ ଟ୍ରକ ମାଲିକମାନେ । ମା ତାରିଣୀ ନାମକ ଜଣେ ନିର୍ଦ୍ଦିଷ୍ଟ ଟ୍ରାନ୍ସପୋର୍ଟରଙ୍କ ବିରୁଦ୍ଧରେ ଗତକାଲି(ବୁଧବାର) ଶତାଧିକ ଟ୍ରକ ମାଲିକମାନେ ମିଳିତ ହୋଇ ଟାଉନ ଥାନା ଘେରାଉ କରିଥିଲେ । ଟ୍ରାନ୍ସପୋର୍ଟରଙ୍କ ଏକ ଛତ୍ରବାଦ କାମ ଓ ଉପଯୁକ୍ତ ପରିବହନ ଭଡା ନ ମିଳିବା , ଏପରିକି ଭଡା ନ ଦେଇ ଅଗ୍ରୀମ ଆକାରରେ 700 ଟଙ୍କା ଦେଉଥିବା ଘଟଣାକୁ ନେଇ ଏହି ଟ୍ରକ ମାଲିକମାନେ ଟ୍ରାନ୍ସପୋର୍ଟରଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେବା ସହ ନ୍ୟାୟ ଦାବି କରି ସଂଧ୍ୟା 6 ଟାରୁ ଥାନା ଘେରାଉ କରିଥିଲେ ।

ଟ୍ରାନ୍ସପୋର୍ଟରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ଘେରିଲେ ଟ୍ରକ ମାଲିକ

ଅପରପକ୍ଷେ ସମାଧାନ ପାଇଁ ଆସିଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଟ୍ରାନ୍ସପୋର୍ଟରଙ୍କୁ ସୁହାଇଲା ଭଳିଆ ମନ୍ତବ୍ୟ ଦେବା ଓ ଆଇନ କାନୁନରେ ଆସିଲେ କିଛି ଲାଭ ହେବ ନାହିଁ ବୋଲି ଟ୍ରକ ମାଲକଙ୍କୁ କହିବାରୁ ଉତ୍ୟକ୍ତ ଟ୍ରକ ମାଲିକମାନେ ଆକ୍ରମଣ କରିବାକୁ ଆରମ୍ଭ କରିଥିଲେ । ତେବେ ଉପସ୍ଥିତ ବୁଦ୍ଧି ଖଟାଇ ସଂପୃକ୍ତ ଟ୍ରାନ୍ସପୋର୍ଟର ଥାନା ମଧ୍ୟକୁ ପଶି ଆଶ୍ରୟ ନେଇଥିବା ଜଣାପଡ଼ିଛି ।

ଏପଟେ ଟ୍ରକ ମାଲିକଙ୍କୁ ସଂପୃକ୍ତ ଟ୍ରାନ୍ସପୋର୍ଟର ଶୋଷଣ କରୁଥିବା ବେଳେ ତାଙ୍କ କର୍ମୀମାନେ ଅନୁରୂପ ବ୍ୟବହାର କରିବା ସହ ସେମାନଙ୍କ ଜାତିଆଣ ଭାବକୁ ଆକ୍ଷେପ କରିବା, ଅସଭ୍ୟ ଭାଷା ପ୍ରୟୋଗ କରିବା ନେଇ ସେମାନେ ଉତକ୍ଷିପ୍ତ ହେବା ସହ ଶତାଧିକ ସଂଖ୍ୟାରେ ଟାଉନ ଥାନାର ଦ୍ବାରସ୍ଥ ହୋଇଥିଲେ । ତେବେ ଆଇନଗତ ସହାୟତା ଯୋଗାଇବା ପରିବର୍ତ୍ତେ ଆଇନରେ ଆସିଲେ କିଛି ଲାଭ ହେବ ନାହିଁ ବୋଲି ସମାଧାନ ପାଇଁ ଆସିଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କହିଥିଲେ । ଯାହାକୁ ନେଇ ଟ୍ରକ ମାଲିକମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବା ସହ ସେମାନେ ଉପଯୁକ୍ତ ନ୍ୟାୟ ଓ ଉପଯୁକ୍ତ ଟଙ୍କା ଦେବାର ଲିଖିତ ପ୍ରତିଶ୍ରୁତେ ନ ମିଳିବା ଯାଏଁ ଥାନା ଘେରାଉ କରି ରଖିବେ ବୋଲି ନିଷ୍ପତ୍ତି ନେଇଥିଲେ।

ଅପରପକ୍ଷେ ସଂପୃକ୍ତ ଟ୍ରାନ୍ସପୋର୍ଟର ସ୍ବଛତା ନ ରଖିବା ସହ ଆରକ୍ଷୀ ଅଧିକ୍ଷକଙ୍କ ସମ୍ମୁଖରେ ଟ୍ରକ ମାଲିକମାନଙ୍କୁ ଓଲଟା ଆରୋପ ଲଗାଇବାରୁ ଉତ୍ତେଜନା ବଢିବା ସହ ଠେଲା ପେଲା ଓ ହାତାହାତି ମଧ୍ୟ ହୋଇଥିଲା । ଫଳରେ ଟ୍ରକ ମାଲିକ ମାନଙ୍କର ଅସନ୍ତୋଷ ଓ ପଦକ୍ଷେପକୁ ଆଖି ଆଗରେ ରଖି ଟାଉନ ଥାନାରେ ବ୍ୟାପକ ପୋଲିସ ମୂତୟନ କରାଯାଇଛି । ତେବେ ଟ୍ରକ ମାଲିକ ମାନଙ୍କର ସମସ୍ୟାର ସମାଧାନ କରା ନ ଯିବା ପର୍ଯ୍ୟନ୍ତ ଥାନା ପରିସରରୁ ଇଞ୍ଚଟିଏ ବି ଓହରିବେ ନାହିଁ ବୋଲି ସ୍ଥିର କରିଛନ୍ତି ଟ୍ରକ ମାଲିକମାନେ ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details