ଓଡିଶା

odisha

By

Published : Jul 28, 2023, 8:56 AM IST

ETV Bharat / state

ରାଉରକେଲାରେ ମଣିପୁର ତାତି: ଆଦିବାସୀ ମହିଳାଙ୍କ ସୁରକ୍ଷା ଲାଗି ଗର୍ଜିଲେ ବିକ୍ଷୋଭକାରୀ

ଆଦିବାସୀ ମହିଳାଙ୍କ ଉପରେ ଅତ୍ୟାଚାର ଘଟଣାକୁ ନେଇ ରାଉରକେଲାରେ ତେଜିଛି ବିରୋଧ। ଏନେଇ ଶହ ଶହ ସଂଖ୍ୟାରେ ଆଦିବାସୀ ପୁରୁଷ ଓ ମହିଳା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅଧିକ ପଢନ୍ତୁ

ମଣିପୁର ପ୍ରସଙ୍ଗରେ ରାଉରକେଲାରେ ବିକ୍ଷୋଭ
ମଣିପୁର ପ୍ରସଙ୍ଗରେ ରାଉରକେଲାରେ ବିକ୍ଷୋଭ

ମଣିପୁର ପ୍ରସଙ୍ଗରେ ରାଉରକେଲାରେ ବିକ୍ଷୋଭ

ରାଉରକେଲା: ମଣିପୁରରେ ଆଦିବାସୀ ମହିଳାଙ୍କ ଉପରେ ଅତ୍ୟାଚାର ଘଟଣାରେ ବର୍ତ୍ତମାନ ତେଜିଛି ବିରୋଧାଭାଷ । ଗତକାଲି(ଗୁରୁବାର) ରାଉରକେଲା ସହରରେ ଆଦିବାସୀମାନଙ୍କ ପକ୍ଷରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନେଇ ଶହଶହ ସଂଖ୍ୟାରେ ବିକ୍ଷୋଭକାରୀମାନେ ଏକାଠି ହୋଇ କେନ୍ଦ୍ର ସରକାରଙ୍କ ଅବହେଳାକୁ ତୀବ୍ର ନିନ୍ଦା କରିଥିବା ଦେଖିବାକୁ ମିଳିଛି । ରାଉରକେଲା ବିଶ୍ରା ଛକରେ ବିକ୍ଷୋଭ କରାଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଏହାସହ ମଣିପୁରରେ ରାଷ୍ଟ୍ରପତି ଶାସନ ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ।

ତେବେ ମଣିପୁରରେ ଆଦିବାସୀ ମହିଳାଙ୍କ ଉପରେ ହୋଇଥିବା ଜଘନ୍ୟ ଅତ୍ୟାଚାରର ନ୍ୟାୟ ଦାବିରେ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ରାଉରକେଲା ବିଶ୍ରା ଛକରେ ଶହ ଶହ ସଂଖ୍ୟାରେ ଆଦିବାସୀ ବିକ୍ଷୋଭକାରୀ ଏକତ୍ରିତ ହୋଇ କେନ୍ଦ୍ର ସରକାରଙ୍କ ଅବହେଳାକୁ ନିନ୍ଦା କରିବା ସହ କ୍ଷୋଭ ପ୍ରକାଶ କରିଛନ୍ତି । ମଣିପୁରର ଦୁର୍ଗମ ଅଞ୍ଚଳରେ ଆଦିବାସୀ ମହିଳାମାନଙ୍କ ପ୍ରତି ହୋଇଥିବା ଏହି ହିଂସା ତଥା ଦୁର୍ବ୍ୟବହାରର ନମୁନା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାଗୁଡ଼ିକ ପ୍ରଥମେ ନଜରକୁ ଆସିନଥିଲା ହେଲେ ପରବର୍ତ୍ତୀ ସମୟରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଦୁଇ ଜଣ ମହିଳାଙ୍କୁ ନିବସ୍ତ୍ର କରି ପରେଡ଼ କରାଇବା ସହ ଅଭିଯୁକ୍ତମାନେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ସେପଟେ ଏହି ତଥ୍ୟ ପଦାକୁ ଆସିବା ପରେ ଜନସାଧାରଣଙ୍କୁ ବିଚଳିତ କରିଥିବାବେଳେ ଅନେକ ସ୍ଥାନରେ ଏହାକୁ ନେଇ ଆନ୍ଦୋଳନ ତେଜିଛି । ଯାହା ଫଳରେ ଉତ୍ତରଦାୟିତ୍ୱ ଓ ନ୍ୟାୟ ପାଇଁ ବ୍ୟାପକ ଆହ୍ୱାନ ସୃଷ୍ଟି ହୋଇଛି । ତେବେ ଗତକାଲି ରାଉରକେଲାରେ ବହୁ ସଂଖ୍ୟାରେ ଆଦିବାସୀମାନେ ବିକ୍ଷୋଭରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏନେଇ ବିକ୍ଷୋଭକାରୀ କହିଛନ୍ତି, "ବର୍ତ୍ତମାନର ପ୍ରଶାସନର କାର୍ୟ୍ୟାନୁଷ୍ଠାନ ଅଭାବରୁ ଏଭଳି ସ୍ଥିତି ଉପୁଜିଛି।"

ଏହା ବି ପଢନ୍ତୁ...ଭୁବନେଶ୍ବରରେ ମଣିପୁର ତାତି, ରାଜ୍ୟ ମହିଳା କଂଗ୍ରେସର ପ୍ରତିବାଦ

ଏହାସହ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ । ଆନ୍ଦୋଳନକାରୀ କହିଛନ୍ତି, "ମଣିପୁରରେ ଏକ ନିର୍ଦ୍ଦିଷ୍ଟ ସମସ୍ୟାର ସମାଧାନ କରିବା ସହିତ ସରକାର ସମଗ୍ର ଦେଶରେ ଆଦିବାସୀ ସମ୍ପ୍ରଦାୟଙ୍କ କଲ୍ୟାଣ ଓ ବିକାଶକୁ ପ୍ରୋତ୍ସାହନ ଦେବା ଲାଗି ବ୍ୟାପକ ନୀତି ପ୍ରଣୟନ କରିବାର ସମୟ ଆସିଛି। ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ନିଯୁକ୍ତି ସୁୟୋଗକୁ ସୁନିଶ୍ଚିତ କରିବା ସହିତ ମହିଳାଙ୍କ ସୁରକ୍ଷାକୁ ବ୍ୟବସ୍ଥିତ ଢଙ୍ଗରେ କରାଯିବା ଦରକାର । ମହିଳାଙ୍କ ଅଧିକାରର ସୁରକ୍ଷା ଏବଂ ସେମାନଙ୍କର ଅନନ୍ୟ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ କରିବା ପାଇଁ ଆନ୍ଦୋଳନ କରିଛନ୍ତି ଶତାଧିକ ଆଦିବାସୀ ପୁରୁଷ ଓ ମହିଳା ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details