ରାଉରକେଲା: ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଦିବସକୁ ଧୁମଧାମରେ ପାଳନ କଲେ ରାଉରକେଲା ଆଦିବାସୀ ଆସୋସିଏସନ । ପାରମ୍ପରିକ ବେଶଭୂଷା ଏବଂ ଢୋଲ ନଗଡା ସହ ନାଚଗୀତରେ ଆୟୋଜନ ହେଲା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୯ ତମ ଜନ୍ମ ଦିବସ । ଏହାସହ ଏକ ବିଶାଳ ରାଲିର ଆୟୋଜନ ମଧ୍ୟ କରାଯାଇଥିଲା। ତେବେ ସାନ୍ତାଳୀ ସମାଜ ନିଜର ଏକ ସ୍ୱତନ୍ତ୍ର ଭାଷା ଯାହାକୁ ସରକାରୀ ମାନ୍ୟତା ମିଳିଛି ତାହାକୁ ନେଇ ଗର୍ବିତ ଏବଂ ଏହାର ସ୍ରଷ୍ଟାଙ୍କୁ ନେଇ ମଧ୍ୟ ଗର୍ବିତ।
ରଘୁନାଥ ମୁର୍ମୁଙ୍କ ପରିଚୟ: ମେ 5ରେ ଜନ୍ମ ନେଇଥିଲେ ସାନ୍ତାଳୀ ସମାଜର ବିଶିଷ୍ଟ ବ୍ୟକ୍ତି ପଣ୍ଡିତ ରଘୁନାଥ ମୁର୍ମୁ । ତାଙ୍କରି ପାଇଁ ଆଜି ସାନ୍ତାଳୀ ସମାଜ ସାରା ଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ସାନ୍ତାଳୀ ସମାଜ ପାଇଁ ବହୁ ଉନ୍ନତି ମୂଳକ କାର୍ଯ୍ୟ ତଥା ସାନ୍ତାଳୀ ସମାଜକୁ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ କରିବା ପାଇଁ ପଣ୍ଡିତ ରଘୁନାଥଙ୍କ ଅବଦାନ ଅତୁଲ୍ୟ । ଏକ ଆଦିବାସୀ ସମାଜକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି ପଣ୍ଡିତ ରଘୁନାଥ ମୁର୍ମୁ । ବିଶିଷ୍ଟ ସାନ୍ତାଳୀ କବି ତଥା 'ଅଲ୍ ଚିକି ଲିପି'ର ସ୍ରଷ୍ଟା । ସନ୍ତାଳୀ ଭାଷାକୁ ସମୃଦ୍ଧ କରିବା ଦିଗରେ ତାଙ୍କର ଅବଦାନ ଚିର ସ୍ମରଣୀୟ । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଦିବସରେ ରାଉରକେଲାରେ ପାଳନ ହୋଇଛି ତାଙ୍କର ଜନ୍ମ ଦିବସ । ଶହଶହ ସଂଖ୍ୟାରେ ସାନ୍ତାଳୀ ସମାଜର ଲୋକେ ଏଠାରେ ଯୋଗଦେଇ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଦିବସ ପାଳନ କରିଥିଲେ ।