ରାଉରକେଲା:ଝାଡାବାନ୍ତି ଆତଙ୍କ ନେଇ ଭୟାବହ ସ୍ଥିତି । RMRC ଏବଂ SCB ଟିମ୍ ସହ ସ୍ୱାସ୍ଥ୍ୟ ବିଭାଗର ଜଏଣ୍ଟ ଡ଼ାଇରେକ୍ଟରଙ୍କ ସ୍ଥିତି ସମୀକ୍ଷା । ବର୍ତ୍ତମାନ ସ୍ଥିତିରେ ସୁଧାର ଆସୁଥିବା କହିଛି ଟିମ୍ । ରାଉରକେଲାରେ ଝାଡ଼ାବାନ୍ତିର ଭୟାବହତାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଚିନ୍ତାରେ ରାଜ୍ୟ ସରକାର । ରାଉରକେଲା ସମେତ ସମ୍ପୂର୍ଣ୍ଣ ଜିଲ୍ଲାରେ ବର୍ତ୍ତମାନ ସ୍ଥିତି ଅନୁଧ୍ୟାନ ଚାଲିଛି । ଏହାରି ମଧ୍ୟରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ କମିଟି ଗସ୍ତ କରିଛନ୍ତି । ଗତକାଲି (ବୁଧବାର) ରାଉରକେଲାରେ ପହଞ୍ଚିବା ପରେ ଆଜି ଠାରୁ ନିଜର ତଦନ୍ତ ଆରମ୍ଭ କରିଛନ୍ତି SCB ମେଡ଼ିକାଲ ଟିମ ଏବଂ RMRC ଟିମ ।
ଆଜି ସ୍ଥିତି ଅନୁଧ୍ୟାନ କରିବା ପରେ ରାଉରକେଲା ଏବଂ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଏବଂ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ଏହି SCB ଏବଂ RMRCର ସ୍ୱତନ୍ତ୍ର ଟିମ । ଏହାସହ ରାଉରକେଲା ସହରର ଖାଦ୍ୟ ବିଭାଗ, ୱାଟକୋ, ଜିଲ୍ଲା ସହ ସ୍ୱାସ୍ଥ୍ୟ ବିଭାଗ ଏବଂ ଡାକ୍ତରଙ୍କ ସହ ଆଲୋଚନା ହୋଇଥିଲା । ତେବେ ଏହି ଟିମରେ ପେଡ଼ିଆଟ୍ରିକ ଏବଂ ସୋସିଆଲ ମେଡିସିନର ଦୁଇ ଜଣ ଏବଂ ଏବଂ ଜଣେ ମାଇକ୍ରୋ ବାୟୋଲୋଜିଷ୍ଟ ସହ ଜଣେ ଲ୍ୟାବ ଏକ୍ସପର୍ଟ ଏବଂ RMRCର ଦୁଇ ଜଣିଆ ଏକ୍ସପର୍ଟ ଟିମ ସହ ସ୍ୱାସ୍ଥ୍ୟ ବିଭାଗ ଜଏଣ୍ଟ ଡ଼ାଇରେକ୍ଟର ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।
ତେବେ ରାଉରକେଲା ସହରର ସମସ୍ତ ସ୍ଥାନ ବୁଲିବା ସହ ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କୁ ସହ ଆଲୋଚନା କରିଥିଲେ । ବିଭିନ୍ନ ସ୍ଥାନରୁ ଏବଂ ହଟସ୍ପଟ ଅଞ୍ଚଳରୁ ଲୋକଙ୍କ ସାମ୍ପୁଲ ସଂଗ୍ରହ ପାଣି ସଂଗ୍ରହ ସହ ଅନ୍ୟାନ୍ୟ ସ୍ଥାନରେ ଥିବା ଫାଷ୍ଟ ଫୁଡ଼ ଷ୍ଟଲ ଏବଂ ହୋଟେଲ ଏବଂ ବିଭିନ୍ନ ସ୍ଥାନରେ ଖାଦ୍ୟର ମାନ ଯାଞ୍ଚ କରିବା ସହ ସାମ୍ପୁଲକୁ ସଂଗ୍ରହ କରାଯାଇଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଥିବା ଜଣାପଡିଛି । ଏହାରି ମଧ୍ୟରେ ଉତ୍ତରାଞ୍ଚଳ RDC ସୁରେଶ ଚନ୍ଦ୍ର ଦଳାଇ ମଧ୍ୟ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ । ରାଉରକେଲା ସରକାରୀ ହସ୍ପିଟାଲରେ ଆସି ପହଞ୍ଚି ମେଡ଼ିକାଲ ବୁଲି ଦେଖିବା ସହ ରୋଗୀଙ୍କ ନିକଟକୁ ଯାଇ ସେମାନଙ୍କ ସହ ଆଲୋଚନା କରିଥିଲେ ।