ଓଡିଶା

odisha

ETV Bharat / state

ସୁନ୍ଦରଗଡରେ ହେବ ତୃତୀୟ ଜାତୀୟ ସମ୍ବଲପୁରୀ ସମ୍ମିଳନୀ - sundergarh news

ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରାକୁ ଅଧିକ ଉଜ୍ଜିବୀତ କରି ସମାଜର ମୁଖ୍ୟ ସ୍ରୋତକୁ ଆଣିବା ନେଇ ରବିବାର ସୁନ୍ଦରଗଡରେ ଏକ ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମୀଳନି ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ସୁନ୍ଦରଗଡରେ ହେବ ତୃତୀୟ ଜାତୀୟ ସମ୍ବଲପୁରୀ ସମ୍ମିଳନୀ
ସୁନ୍ଦରଗଡରେ ହେବ ତୃତୀୟ ଜାତୀୟ ସମ୍ବଲପୁରୀ ସମ୍ମିଳନୀ

By

Published : Jan 24, 2021, 10:54 PM IST


ସୁନ୍ଦରଗଡ: ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରାକୁ ଅଧିକ ଉଜ୍ଜିବୀତ କରି ସମାଜର ମୁଖ୍ୟ ସ୍ରୋତକୁ ଆଣିବା ନେଇ ରବିବାର ସୁନ୍ଦରଗଡରେ ଏକ ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମୀଳନି ଅନୁଷ୍ଠିତ ହୋଇଛି ।

ସୁନ୍ଦରଗଡରେ ହେବ ତୃତୀୟ ଜାତୀୟ ସମ୍ବଲପୁରୀ ସମ୍ମିଳନୀ

ବୈଠକରେ ସୁନ୍ଦରଗଡରେ ଏହାର ତୃତୀୟ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ହୋଇଛି । ଏହି ସମ୍ମିଳନୀର ଉଦ୍ଦେଶ୍ୟ କେବଳ ନାଚ ଗୀତରେ ଏହାକୁ ସୀମିତ ନ ରଖି ଜାତୀୟ ଓ ଆନ୍ତଃର୍ଜାତୀୟ ସ୍ତରରେ ପିରିଚିତ କରାଇବା । ଏନେଇ ରବିବାର ଅନୁଷ୍ଠିତ ଏହି ବୈଠକରେ ପଶ୍ଚିମ ଓଡିଶାର 11ଟି ଜିଲ୍ଲାର ସମ୍ବଲପୁରୀ ପ୍ରେମୀମାନେ ଏକତ୍ରିତ ହୋଇଥିଲେ ।

ଗତ 2018 ମସିହାରେ ଏହି ଏକତା ମଞ୍ଚ ଗଠନ ହୋଇଥିବା ବେଳେ ଏହାର ପ୍ରଥମ ଜାତୀୟ ସମ୍ମିଳନୀ ( 2019)ସମ୍ବଲପୁରରେ ହୋଇଥିଲା । 2020ରେ ଝାରସୁଗୁଡାରେ ଏହି ଜାତୀୟ ସମ୍ମୀଳନୀ ଅନୁଷ୍ଠିଚ ହୋଇଥିଲା କରିଥିଲା। ଏଥର ସୁନ୍ଦରଗଡରେ ଏହି ସମ୍ମୀଳନୀ ପାଳନ କରାଯାଇଛି । ସୁନ୍ଦରଗଡବାସୀ ମଧ୍ୟ ନିଜ ମାତୃଭାଷା ପାଇଁ ଆଗେଇ ଆସିଛନ୍ତି ।

ସୁନ୍ଦରଗଡରୁ ହରିହର ଦାଶ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details