ଓଡିଶା

odisha

33KV ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ଟ୍ରକ

By

Published : Jan 12, 2021, 4:28 PM IST

ସୁନ୍ଦରଗଡ ଜିଲ୍ଲା ସିମେଣ୍ଟ କାରଖାନା ନିକଟରେ ଏକ ଟ୍ରକରେ ନିଆଁ ଲାଗିଯିବାରୁ ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଛି । ଅଧିକ ପଢନ୍ତୁ....

33KV ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ଟ୍ରକ
33KV ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ଟ୍ରକ

ସୁନ୍ଦରଗଡ: ଜିଲ୍ଲା ସ୍ଥିତ କୁତ୍ରା ଥାନା ସିମେଣ୍ଟ କାରାଖାନା ନିକଟରେ ଅଘଟଣ । କାରଖାନା ନିକଟରେ ଥିବା ଏକ ଟ୍ରକରେ ନିଆଁଲାଗି ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଛି । ତେବେ ସୌଭାଗ୍ୟବଶତଃ ଟ୍ରକ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଆଜି(ମଙ୍ଗଳବାର) ସୁନ୍ଦରଗଡ ଜିଲ୍ଲା କୁତ୍ରା ତେଲିଘନା ନିକଟ ଜିନ୍ଦଲ ସିମେଣ୍ଟ କାରଖାନା ନିକଟରେ ଥିବା ଏକ 18 ଚକିଆ ଟ୍ରକରେ ନିଆଁ ଲାଗି ଯାଇଥିଲା । 33 କେଭି ତାର ସଂସ୍ପର୍ଶରେ ଆସି ଟ୍ରକରେ ନିଆଁ ଲାଗିଯିବାରୁ ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଛି । କୁତ୍ରା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅନ୍ୟପଟେ ଟ୍ରକ ଡ୍ରାଇଭରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣାପଡିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details