ଓଡିଶା

odisha

ETV Bharat / state

ରାଉରକେଲାରେ ଓଲଟିଲା ବସ, ଦୁଇ ମୃତ 17 ଆହତ

ରାଉରକେଲାର ଲାଠିକଟା ବାଲୁଘଟ ନିକଟରେ ଏକ ଯାତ୍ରୀବାହୀ ବସ ଓଲଟି ଦୁଇଜଙ୍କର ମୃ୍ତ୍ୟୁ ହୋଇଛି । ଦୁର୍ଘଟଣାରେ 17ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

By

Published : Dec 27, 2020, 11:57 AM IST

ରାଉରକେଲାରେ ଓଲଟିଲା ବସ,ଦୁଇ ମୃତ 17 ଆହତ
ରାଉରକେଲାରେ ଓଲଟିଲା ବସ,ଦୁଇ ମୃତ 17 ଆହତ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ଲାଠିକଟା ବାଲୁଘଟ ନିକଟରେ ଏକ ଯାତ୍ରୀବାହୀ ବସ ଓଲଟି ପଡିଛି । ଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଲେ 17ଜଣ ଆହତ ହୋଇଛନ୍ତି ।

ନିୟନ୍ତ୍ରଣ ହରାଇ ଗଛରେ ପିଟିହେଲା ବସ

ସୂଚନାଅନୁସାରେ, ମା' ତାରିଣୀ ନାମକ ଘରୋଇ ବସଟି ଆଜି(ରବିବାର ) ସକାଳୁ ରାଉରକେଲା ଅଭିମୁଖେ ବାହିରିଥିଲା । ହଠାତ୍ ବସ ଚାଳକ ଜଣକ ନିୟନ୍ତ୍ରଣ ହରାଇବାରୁ ବସଟି ଗୋଟିଏ ଗଛରେ ପିଟି ହୋଇଯାଇଥିଲା । ଫଳରେ ବସଟି ଓଲଟି ପଡିଲା । ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 17ଜଣ ଆହତ ହୋଇଛନ୍ତି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଛି । ଆହତମାନଙ୍କ ମଧ୍ୟରୁ ସାତଜଣଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି । ମୃତକ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details