ଓଡିଶା

odisha

ETV Bharat / state

ଶ୍ମଶାନକୁ ନେଲାବେଳେ ଜିଇଁ ଉଠିଲା ଯୁବତୀ ! - ମୃତ୍ୟୁ ପରେ ବଞ୍ଚିଗଲା ଯୁବତୀ

ଜଣେ ଯୁବତୀଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ଶ୍ମଶାନକୁ ଦାହ କରିବାକୁ ନେବାବେଳେ ଯୁବତୀ ଜଣକ ଜିଇଁ ଉଠିଲା । ପରେ ତାଙ୍କୁ ପୁଣି ଡାକ୍ତଖାନା ଅଣାଗଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ । ଡାକ୍ତରଖାନାରେ ଉତ୍ତେଜନା। ଅଧିକ ପଢନ୍ତୁ

ଶ୍ମଶାନକୁ ନେଲା ବେଳେ ଜୀଁଇ ଉଠିଲା ଯୁବତୀ
ଶ୍ମଶାନକୁ ନେଲା ବେଳେ ଜୀଁଇ ଉଠିଲା ଯୁବତୀ

By

Published : Nov 15, 2021, 11:06 PM IST

ସୁନ୍ଦରଗଡ: ଡାକ୍ତରଙ୍କ ଖାମଖିଆଲ ଚିକିତ୍ସା ଯୋଗୁଁ ଜଣେ ଯୁବତୀଙ୍କ ମୃତ୍ୟୁକୁ କେନ୍ଦ୍ର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା । ବ୍ୟାପକ ପୋଲିସ ମୂତୟନ । ରୋଗୀଙ୍କୁ ହସପିଟାଲରେ ଦିନ ୧୨.୧୪ରେ ମୃତ୍ୟୁ ଘୋଷଣା କରିବା ପରେ ଶ୍ମଶାନକୁ ନେଉଥିବା ବେଳେ ସେ ପୁଣି ଜିଇଁଉଠିଲା ଏବଂ ହାତଗୋଡ ହଲଚଲ କରିବା ସହ ଚିତ୍କାର କଲା । ଏହାପରେ ପୁଣି ଥରେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଯୁବତୀଙ୍କୁ ଅଣାଗଲା । ହେଲେ ସେଠାରେ ଡାକ୍ତର ସନ୍ଧ୍ୟା ୫.୩୦ରେ ତାଙ୍କୁ ମୃତ ଘୋଷଣା କଲେ । ଏହାକୁ କେନ୍ଦ୍ର କରି ସୁନାରିପଡା ବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି ।

ଶ୍ମଶାନକୁ ନେଲାବେଳେ ଜିଇଁ ଉଠିଲା ଯୁବତୀ !


ଡାକ୍ତର ସୁବାସିନୀ ପାଣ୍ଡେଙ୍କ ଚିକିତ୍ସାରେ ଅବହେଳା ଯୋଗୁଁ କାମିନୀଲାଲ ନାମକ ଜଣେ (38ବର୍ଷ) ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସୁନାରିପଡା ବାସୀ । ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ସମ୍ପୃକ୍ତ ଡାକ୍ତରଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଲୋକଙ୍କ ଉତ୍ତେଜନା ଦେଖି ହସପିଟାଲ ପୋଲିସ ଛାଉଣୀରେ ରହିଛି । ତେବେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାର ପ୍ରତିଶ୍ରୁତି ସିଡିଏମଓ ଦେବା ପରେ ଲୋକଙ୍କ ଉତ୍ତେଜନା କମିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details