ସୁନ୍ଦରଗଡ: ଟାଉନ୍ ଥାନା ଅନ୍ତର୍ଗତ ଭୋଜପୁର ନିକଟରେ ସଡକ ଦୁ୍ର୍ଘଟଣା । ଅଜଣା ଗାଡି ଧକ୍କାରେ ଜଣେ ଶିକ୍ଷୟତ୍ରୀଙ୍କ ଶୋଚନୀୟ ମୃତ୍ୟୁ । ମୃତ ଶିକ୍ଷୟତ୍ରୀ ହେଲେ ଦମୟନ୍ତି ପଟେଲ । ସେ ବଡମାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ତେବେ ଘଟଣାସ୍ଥଳରେ ଉତ୍ତେଜନା ସହ ଜାତୀୟ ରାଜପଥ ଅବରୋଧ କରାଯାଇଛି । ସେଠାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ରାଜ୍ୟ ରାଜ ପଥ-10 ରେ ଟ୍ରକ ଚାପାରେ ଦମୟନ୍ତୀ ପଟେଲ ନାମକ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଛି । ଶିକ୍ଷୟିତ୍ରୀ ଜଣଙ୍କ ସୁନ୍ଦରଗଡ ଜିଲ୍ଲା ସବଡେଗା ବ୍ଲକ ବଡମାଲ ପ୍ରାଥମିକ ବିଦ୍ୟାଳୟରୁ ସ୍କୁଟି ଯୋଗେ ତାଙ୍କ ଘର ଭୋଜପୁରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଟ୍ରକଟି ପଛ ପଟୁ ତାଙ୍କୁ ଧକ୍କା ଦେବା ଫଳରେ ସେ ନିୟନ୍ତ୍ରଣ ହରାଇ ଟ୍ରକର ଚକା ତଳେ ପଡି ଯାଇଥିଲେ । ଦୁର୍ଘଟଣା ଘଟାଇ ଟ୍ରକର ଚାଳକ ଘଟଣା ସ୍ଥଳରୁ କିଛି ଦୂରରେ ଟ୍ରକ ଠିଆ କରି ଫେରାର ହୋଇ ଯାଇଛି ।