ସୁନ୍ଦରଗଡ: ସୁନ୍ଦରଗଡ ଟାଉନ ପୋଲିସ ଦ୍ୱାରା ଦୁଇଜଣ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ । 5.4କେଜି ଓଜନର ଗଞ୍ଜେଇ ସହ ଦୁଇ ବାଇକ ଜବତ ।
ସୁନ୍ଦରଗଡ ଟାଉନ ପୋଲିସର ଚଢାଉ: 5.4କେଜି ଗଞ୍ଜେଇ ସହ ଦୁଇ ବାଇକ ଜବତ ସୁନ୍ଦରଗଡ ଟାଉନ ପୋଲିସ ଦୁଇ ଜଣ ଚୋରା ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 2ଟି ବାଇକ, 2 ଟି ମୋବାଇଲ ଫୋନ, 5 କିଲୋ 400 ଗ୍ରାମ ଓଜନର ଗଞ୍ଜେଇ ସହ ନଗଦ 9470 ଟଙ୍କା ଜବତ କରିଛି । ଏମାନଙ୍କୁ ଗତକାଲି ରାତି 11 ଟା ସମୟରେ ଗିରଫ କରିଛି ।
ଏହି ଗଞ୍ଜେଇ ଚୋରମାନେ ଗତକାଲି ଝାରସୁଗୁଡା ଜିଲ୍ଲାରୁ ସୁନ୍ଦରଗଡ ଜିଲ୍ଲା ବାଉରିମୁଣ୍ଡା(ସଦର ଥାନା)କୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଟାଉନ ପୋଲିସକୁ ବିଶିଷ୍ଟ ସୂତ୍ରରୁ ଖବର ମିଳିଥିଲା ।
ପୋଲିସ ଖବର ପାଇ ଏକ ସ୍ୱତନ୍ତ୍ର ଦଳ ଗଠନ କରି ଏମାନଙ୍କୁ ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ପତ୍ରପାଲି ଛକରୁ କାବୁ କରିଥିଲା । ଆଜି ସଂଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଟାଉନଥାନା ଅଧିକାରୀ ସୂର୍ଯ୍ୟକାନ୍ତି ଦାଶ ସୂଚନା ଦେବା ସହ ଏହି ଅଭିଯୁକ୍ତମାନଙ୍କୁ ଆଜି(ବୁଧବାର) ଜିଲ୍ଲା ଜଜ କୋର୍ଟକୁ ଚାଲାଣ କରାଯିବ ବୋଲି କହିଛନ୍ତି ।
ଗିରଫ ଅଭିଯୁକ୍ତମାନେ ହେଲେ ଚନ୍ଦ୍ରମଣି ଲାକ୍ରା ଓ କାର୍ତ୍ତିକ କୁଜୁର । ଏମାନଙ୍କ ଘର ସୁନ୍ଦରଗଡ ଜିଲ୍ଲା ସଦର ଥାନା ଅଞ୍ଚଳର ବୋଲି ଟାଉନ ପୋଲିସ କହିଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ