ସୁନ୍ଦରଗଡ:କଡ ଲେଉଟାଇବାରେ ଲାଗିଛି କୋରୋନା ସଂକ୍ରମଣ । ଏପରି ସ୍ଥଳେ କୋଭିଡ କଟକଣାକୁ କଡାକଡି ଭାବେ ଅନୁପାଳନ କରିବା ପ୍ରଶାସନ ପାଇଁ ସବୁଠୁ ବଡ ପ୍ରାଥମିକତା ହୋଇଛି । ଏହି କ୍ରମରେ କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରିବାକୁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଛି ସୁନ୍ଦରଗଡ ପୋଲିସ । ଆଜି ସୁନ୍ଦରଗଡ ଟାଉନ ଥାନା ପୋଲିସ ଡିଆରଡିଏ ଛକରେ ଆରମ୍ଭ କରିଛି ସ୍ବତନ୍ତ୍ର ଡ୍ରାଇଭ । ବିନା କାରଣରେ ଘରୁ ବାହାରକୁ ନ ବାହାରିବା ପାଇଁ ସହରବାସୀଙ୍କୁ ସଚେତନ କରିଛି ପୋଲିସ । ଏହାସହ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ ମଧ୍ୟ କରିଛି ।
କୋଭିଡ କଟକଣା ପାଇଁ ସୁନ୍ଦରଗଡ ପୋଲିସର ସ୍ପେଶାଲ ଡ୍ରାଇଭ - କୋଭିଡ ସଂକ୍ରମଣ
ସୁନ୍ଦରଗଡ ଟାଉନ ଥାନା ପକ୍ଷରୁ ଆରମ୍ଭ ହେଲା କୋଭିଡ ସ୍ପେଶାଲ ଡ୍ରାଇଭ । ଅଧିକ ପଢନ୍ତୁ...
କୋଭିଡ କଟକଣା ପାଇଁ ସୁନ୍ଦରଗଡ ପୋଲିସର ସ୍ପେସାଲ ଡ୍ରାଇଭ, ଅମାନିଆଙ୍କୁ ନଜରକୋଭିଡ କଟକଣା ପାଇଁ ସୁନ୍ଦରଗଡ ପୋଲିସର ସ୍ପେସାଲ ଡ୍ରାଇଭ, ଅମାନିଆଙ୍କୁ ନଜର
କୋଭିଡ କଟକଣା ପାଇଁ ସୁନ୍ଦରଗଡ ପୋଲିସର ସ୍ପେସାଲ ଡ୍ରାଇଭ, ଅମାନିଆଙ୍କୁ ନଜର
ଏପରିକି ଯେଉଁମାନେ ବିନା ମାସ୍କରେ ଚଳପ୍ରଚଳ କରୁଛନ୍ତି, ସେହି ସମସ୍ତଙ୍କ ଠାରୁ ମାସ୍କ ବାବଦକୁ ଫାଇନ ଆକାରରେ 500 ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛି । ଯେଉଁମାନେ ପୋଲିସର ନିୟମ ଭଙ୍ଗ କରୁଛନ୍ତି, ସେମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ ମଧ୍ୟ କରାଯାଇଥିବା କଥା ଟାଉନ ଥାନା ଅଧିକାରୀ କହିଛନ୍ତି । ତେବେ କୋରୋନାର ମୁକାବିଲା ପାଇଁ ଜନ ସାଧାରଣଙ୍କୁ ଏହା ସଚେତନତା ପଦକ୍ଷେପ ବୋଲି ପୋଲିସ କହିଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ