ରାଉରକେଲା:ସୁନ୍ଦରଗଡ଼ ଲେଫ୍ରିପଡାରେ ଛେଳି ବେପାରୀଙ୍କୁ ଗୁଳି କରି ହତ୍ୟା ମାମଲା । ୧୬ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେଲା ପୋଲିସ । ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଲା ପୋଲିସ । ଏନେଇ ଗତକାଲି(ଶନିବାର) ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ପୋଲିସ ।
ସୂଚନାଅନୁସାରେ, ଗତ ଏପ୍ରିଲ ୧୩ ତାରିଖ ଦିନ ଜଣେ ଛେଳି ବେପାରୀଙ୍କ ଉପରକୁ ଲୁଟ କରିବାକୁ ନେଇ ଗୁଳି କରି ହତ୍ୟା କରାଯାଇଥିଲା । ଛେଳି ବ୍ୟବସାୟୀ ବେପାରକୁ ଯାଉଥିବା ବେଳେ ଘଟିଥିଲା ଅଘଟଣ । ରାସ୍ତାରେ ଯାଉଥିବା ବେଳେ ଗୁଳି ଫୁଟାଇ ବେପାରୀଙ୍କ ଜୀବନ ନେଇଥିଲେ ଦୁର୍ବୃତ୍ତ । ଲୁଟ କରିବାକୁ ଯାଇ ଛେଳି ବ୍ୟବସାୟୀଙ୍କୁ ଗୁଳି ମାରି ହତ୍ୟା ଅଭିଯୋଗ ହୋଇଥିଲା । ଏଭଳି ଘଟଣା ଘଟିଥିଲା ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡା ଅଞ୍ଚଳରେ । ଏପ୍ରିଲ ୧୩ ତାରିଖ ଲେଫ୍ରିପଡ଼ା ଥାନା ଛଟେନପାଲି ତାରିଣୀ ମନ୍ଦିର ନିକଟରେ ଏକ ଗୁଳିକାଣ୍ଡ ଘଟିଥିଲା । ଛେଳି ବେପାରୀ ପ୍ରଭାତ ନାଏକ ବେପାର କରିବା ପାଇଁ ଯାଉଥିବା ବେଳେ କିଛି ଜଣ ଦୁର୍ବୃତ୍ତଙ୍କ ଦ୍ଵାରା ସଙ୍ଘବଦ୍ଧ ଆକ୍ରମଣ ହୋଇଥିଲା । ପ୍ରଭାତ ଝାରସୁଗୁଡା ଜିଲ୍ଲାର ହୋଇଥିବାବେଳେ ଶରଧାପାଲ୍ଲୀ ଅଞ୍ଚଳରେ ରହି ଛେଳି ବେପାର କରୁଥିଲେ । ତେବେ ଏହି ଘଟଣାରେ ସାମିଲ ଥିବା ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ପାଖରୁ ହତ୍ୟାରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: ଛେଳି ବେପାରୀଙ୍କୁ ଗୁଳି କରି ହତ୍ୟା, ୯ ଲକ୍ଷ ଲୁଟି ଫେରାର୍ ଦୁର୍ବୃତ୍ତ