ସୁନ୍ଦରଗଡ: ଲାଞ୍ଚନେଇ ଭିଜିଲାନ୍ସ ହାତରେ ବନ୍ଧାହେଲେ ସୁନ୍ଦରଗଡ ବନଖଣ୍ଡ ବିଭାଗର କନିଷ୍ଠ କିରାଣୀ । ସୂଚନାନୁସାରେ ଜଙ୍ଗଲୀ ପଶୁଙ୍କ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇଦେବା କ୍ଲେମ ସେଟଲମେଣ୍ଟ ବିଭାଗରେ କାର୍ଯ୍ୟ କରୁଥିବା କନିଷ୍ଠ କିରାଣୀଙ୍କୁ ଦାୟିତ୍ବ ଦେଇଥିଲେ ସୁନ୍ଦରଗଡ ଡିଏଫଓ । ହେଲେ କିରାଣି ଜଣକ ସାହାଯ୍ୟ କରିବା ପରିବର୍ତ୍ତେ ସେମାନଙ୍କୁ ଲାଞ୍ଚ ମାଗି ଶୋଷଣ କରୁଥିବା ନେଇ କହିଛନ୍ତି ହିତାଧିକାରୀ ଜଣକ ।
ସୂଚନାନୁସାରେ ପତ୍ରାଶ ବାର୍ଲା( Patras Barla )ଙ୍କ ବାପା ନାଇଡୁ ବାର୍ଲା( Naidu Barla )ଙ୍କ ହାତୀ ଆକ୍ରମଣରେ ଗତ 2019 ମସିହାରେ ମୃତ୍ୟୁ ହୋଇଥିଲା । ସରକାରୀ ଅନୁକମ୍ପା ସାହାଯ୍ୟ ପାଇଁ ସେ ସଂପୃକ୍ତ କିରାଣିଙ୍କ ପାଖକୁ ବାରମ୍ବାର ଦୌଡୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରି ନଥିଲା । ହେଲେ କିରାଣୀ ଜଣକ ବିନା ଲାଞ୍ଚରେ ଡିଏଫଓ ଅଫିସରେ କିଛି ଫାଇଲ କାର୍ଯ୍ୟ କରୁନଥିବା ନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ହିତାଧିକାରୀ ।