ରାଉରକେଲା: ସୁନ୍ଦରଗଡରେ 2ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପେର ଜିଲ୍ଲାରେ ଆତଙ୍କ ଖେଳି ଯାଇଛି । ଜିଲ୍ଲାରେ ପ୍ରଥମ କୋରୋନା ଆକ୍ରାନ୍ତ ଭାବରେ ଦୁଇ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଏହା ପ୍ରଥମ କୋରୋନା ଘଟଣା ହୋଇଥିବାବେଳେ ଲୋକଙ୍କ ମଧ୍ୟ କୋକୁଆ ଭୟ ଖେଳି ଯାଇଛି । ଚିହ୍ନଟ ଦୁଇ ଜଣ ବିଶ୍ରା ବ୍ଲକର ସଦର ମାର୍କେଟ ଅଞ୍ଚଳ ତଥା ଆସିଆନ କୋଲୋନୀର ବାସିନ୍ଦା 77 ବର୍ଷିୟ ବୃଦ୍ଧ ଓ ଅନ୍ୟ ଜଣେ 18 ବର୍ଷିୟ ଯୁବକ ।
ବିଶ୍ରା ମାର୍କେଟ ଅଞ୍ଚଳର ବୃଦ୍ଧ ଦିଲ୍ଲୀର ନିଜାମୁଦ୍ଦିନ ମରକଜକୁ ସଭାକୁ ଯାଇ ଫେରିଥିବା ବେଳେ ଯୁବକ ଜଣକ ଯାଜପୁରର ଗସ୍ତ କରି ଫେରିଛନ୍ତି । ଚିହ୍ନଟ ହେବାପରେ ସେମାନଙ୍କୁ ରାଉରକେଲା ସ୍ଥିତ କୋଭିଡ19 ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପ୍ରଶାସନ ତରଫରୁ ଉଭୟଙ୍କ ସଂସ୍ପର୍ଶରେ କେତେ ଲୋକ ଆସିଛନ୍ତି ଏବଂ ତାଙ୍କର ଗତିବିଧି କଣ ଓ କେଉଁଠି ରହିଥିଲା ସେ ସବୁର ତଥ୍ୟର ଅନୁସନ୍ଧାନ ଜାରି ରହିଛି । ଏହି ଘଟଣା ଜଣାପଡିବା ପରେ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି । ସୁନ୍ଦରଗଡ ଜିଲ୍ଲାପାଳଙ୍କ ନର୍ଦ୍ଦେଶ କ୍ରମେ ବିଶ୍ରା ସହର ସଂଲଗ୍ନ 3 କିଲୋମିଟର ପରିଧି ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ସିଲ କରାଯାଇ ବାହ୍ୟଜଗତକୁ ସମ୍ପୂର୍ଣ୍ଣ ଛନ୍ନ କରାଯାଇଛି ।