ସୁନ୍ଦରଗଡ:ଜିଲ୍ଲାରେ ମରୁଡି ସମସ୍ୟା ନେଇ ଆଲୋଚନା ଜାରି ରହିଛି । ବିଜୁ କୃଷକ ଜନତା ଦଳର ସଭାପତି ଗୋପାଳ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଜିଲ୍ଲାପାଳଙ୍କୁ ଭେଟି ସ୍ୱଳ୍ପ ବୃଷ୍ଟିପାତ ଜନିତ ମରୁଡ଼ି ସମସ୍ୟାର ଆଶୁ ସମାଧାନ ଓ ଚାଷୀଙ୍କ ଉପରେ ପଡିଥିବା ଚାପର ସାମାଧାନ ନେଇ ଏକ ସ୍ମାରକ ପତ୍ର ଦେବା ସହ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ।
ଚଳିତ ଖରିଫ୍ ଋତୁରେ ସୁନ୍ଦରଗଡ଼ ଜିଲ୍ଲାରେ ବର୍ତମାନ ସୁଦ୍ଧା ବୃଷ୍ଟିପାତ ଅତି ମାତ୍ରାରେ କମ୍ ରହିଛି, ଯାହାଦ୍ୱାରାକି କୃଷକ ମାନେ ନିଜ ନିଜର ଚାଷ କାର୍ଯ୍ୟ କରି ପାରୁନାହାନ୍ତି । ଗତ ଜୁନ୍ ମାସରେ ମୌସୁମୀ ଆସିବା ସହ ବର୍ଷା ଅପେକ୍ଷାକୃତ ଭଲ ହେବାରୁ ଚାଷୀ ମାନେ ଧାନ ବୁଣା ଓ ତଳିପକା କାର୍ଯ୍ୟ କରିଥିଲେ । ହେଲେ ଜୁଲାଇ ମାସ ଓ ବର୍ତ୍ତମାନ ସୁଦ୍ଧା ବର୍ଷାର ପରିମାଣ ଅତି ସ୍ୱଳ୍ପ ବା ଜିଲ୍ଲାରେ କାଁ ଭାଁ ବର୍ଷା ଯୋଗୁଁ ଚାଷୀ କୂଳ ହତାଶ ହୋଇ ପଡିଛନ୍ତି । ସେମାନଙ୍କର ଧାନତଳି ସବୁ ପାଚିବା ସହ ମାଟି ଫାଟିବାକୁ ବସିଥିବାରୁ ଚାଷ କାର୍ଯ୍ୟ ସଂପୂର୍ଣ୍ଣ ଠପ୍ ହେବା ସହ ମରୁଡି ସମ୍ଭାବନା ଦେଖାଦେଇଥିବା ନେଇ ଆଲୋଚନା ହୋଇଛି ।