ସୁନ୍ଦରଗଡ:ମାଦ୍ରିକୋଲୋ ଭବନ ପରିସରରେ ଆସନ୍ତାକାଲି(ଶୁକ୍ରବାର) ଠାରୁ ଆରମ୍ଭ ହେବ ୬୯ତମ ରାଜ୍ୟସ୍ତରୀୟ ଆନ୍ତଃଜିଲ୍ଲା ବରିଷ୍ଠ ମହିଳା ଓ ପୁରୁଷ କବାଡି ପ୍ରତିଯୋଗିତା ୨୦୨୧ (Inter-state kabaddi tournament) । ଏଥିପାଇଁ ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି ପର୍ବ । ଟର୍ଫରେ ପ୍ରଥମ ଥର ପାଇଁ ଜିଲ୍ଲାରେ ଖେଳାଯିବ ଏହି ପ୍ରତିଯୋଗିତା । ଏହି ମେଗା ପ୍ରତିଯୋଗିତାରେ ଭାଗନେବେ ପୁରୁଷ ବର୍ଗରୁ 28ଟି ଦଳ ଓ ମହିଳା ବର୍ଗରୁ 25ଟି ଦଳ । ଉଭୟ ପୁରୁଷ ଓ ମହିଳା ବର୍ଗରେ ପ୍ରାୟ 700ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିବେ । ତିନି ଦିନ ଧରି ଏହି ପ୍ରତିଯୋଗିତା ଖେଳାଯିବା ନେଇ ସୂଚୀ ରହିଛି ।
ସୁନ୍ଦରଗଡ ଜିଲ୍ଲା କ୍ରୀଡା ସଂସଦ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏହି ପ୍ରତିଯୋଗିତାର ଆୟୋଜକ ରହିଛନ୍ତି । ଫଳରେ କ୍ରୀଡା ସଂସଦର ସମସ୍ତ କର୍ମକର୍ତ୍ତା ତତ୍ପର ହୋଇଥିବାବେଳେ, ଜିଲ୍ଲା ପ୍ରଶାସନର ଅଧିକାରୀ, ପୋଲିସ ସମସ୍ତେ ଏହି ପ୍ରସ୍ତୁତି କ୍ଷେତ୍ରର କୋଣ ଅନୁକୋଣକୁ ତଦାରଖ କରୁଛନ୍ତି ।