ଓଡିଶା

odisha

ETV Bharat / state

ପୋଲିସର ମାନବିକତା, ବରିଷ୍ଠ ନାଗରିକଙ୍କୁ ଦେଉଛନ୍ତି ପ୍ରମାଣପତ୍ର - police give certificte to senior citizen

ସୁନ୍ଦରଗଡ, ରାଜଗାଙ୍ଗପୁର ଓ ବୀରମିତ୍ରପୁର ପୌରାଞ୍ଚଳରେ ଏକୁଟିଆ ରହୁଥିବା ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରି ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବା ସହ ଆବଶ୍ୟକୀୟ ସାହାଯ୍ୟ କରିବା ନେଇ ପୋଲିସ ଅତିରିକ୍ତ ସେବା ଯୋଗାଉଛି । ଅଧିକ ପଢନ୍ତୁ...

ପୋଲିସର ମାନବିକତା, ବରିଷ୍ଠ ନାଗରିକଙ୍କୁ ଦେଉଛନ୍ତି ପ୍ରମାଣପତ୍ର
ପୋଲିସର ମାନବିକତା, ବରିଷ୍ଠ ନାଗରିକଙ୍କୁ ଦେଉଛନ୍ତି ପ୍ରମାଣପତ୍ର

By

Published : May 12, 2021, 8:21 PM IST

ସୁନ୍ଦରଗଡ : ଜିଲ୍ଲା ପୋଲିସ ଆଉ ଏକ ମାନବୀୟ ପଦକ୍ଷେପ ଆରମ୍ଭ କରିଛି । ସୁନ୍ଦରଗଡ, ରାଜଗାଙ୍ଗପୁର ଓ ବୀରମିତ୍ରପୁର ପୌରାଞ୍ଚଳରେ ଏକୁଟିଆ ରହୁଥିବା ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରି ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବା ସହ ଆବଶ୍ୟକୀୟ ସାହାଯ୍ୟ କରିବା ନେଇ ପୋଲିସ ସେବା ଯୋଗାଉଛି ।

ପୋଲିସର ମାନବିକତା, ବରିଷ୍ଠ ନାଗରିକଙ୍କୁ ଦେଉଛନ୍ତି ପ୍ରମାଣପତ୍ର
କୋଭିଡ ମହାମାରୀ ସମୟରେ କୌଣସି ବ୍ୟକ୍ତି ବିଶେଷ ଯେପରି ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ନହୁଅନ୍ତି ଏବଂ ଅନାହାରରେ ନ ରୁହନ୍ତି ସେ ନେଇ ଜିଲ୍ଲା ପୋଲିସ ଗୋଟିକ ପରେ ଗୋଟିଏ ଉଦ୍ୟମ ଜାରି ରଖିଛି । କୋରୋନା ମହାମାରୀ ସମୟରେ କେହି କାହାର ଖବର ରଖିବାକୁ ଚାହୁଁ ନଥିବା ବେଳେ ସୁନ୍ଦରଗଡ ପୋଲିସ ଏକ ଐତିହାସିକ ଯୋଜନା ଆରମ୍ଭ କରିଛି । କେବଳ ଏହି ମହାମାରୀ ନୁହେଁ ମହାମାରୀ ପରେ ମଧ୍ୟ ଏହି ସେବାକୁ ଚାଲୁ ରଖିବା ନେଇ ସୁନ୍ଦରଗଡ ଏସପି ନିଷ୍ପତ୍ତି ନେଇଛନ୍ତି ।

ସୁନ୍ଦରଗଡ, ରାଜଗାଙ୍ଗପୁର ଓ ବୀରମିତ୍ରପୁର ପୌରପାଳିକାରେ ଯେଉଁ ସମସ୍ତ ବରିଷ୍ଠ ନାଗରିକମାନେ ଏକୁଟିଆ ରହୁଛନ୍ତି ବା ବେସାହାରା ଭାବରେ ଜୀବନ କାଟୁଛନ୍ତି, ସେହି ସମସ୍ତଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ବୁଝିବା ପାଇଁ ଜିଲ୍ଲା ପୋଲିସ ଅଣ୍ଟା ଭିଡିଛି । ଆଜି ପ୍ରଥମ ପର୍ଯ୍ୟାୟରେ 500 ବରିଷ୍ଠ ନାଗରିକଙ୍କର ତାଲିକା ପ୍ରସ୍ତୁତ କରି ସେମାନଙ୍କ ନିକଟରେ ଗୋଟିଏ ଗୋଟିଏ ପରିଚୟ ପତ୍ର ପହଞ୍ଚାଇ ସେମାନଙ୍କ ସୁବିଧା ଅସୁବିଧା କଥା ବୁଝିବା ଆରମ୍ଭ କରିଛି । ଏ ନେଇ ସୁନ୍ଦରଗଡ ଏସପିଙ୍କ କାର୍ଯ୍ୟାଳୟରେ ସିନିୟର ସିଟିଜେନ ସେଲ ଖୋଲିବା ସହ 24 ଘଣ୍ଟିଆ ଜରୁରୀ ସେବା ଦେବା ନେଇ ବ୍ୟବସ୍ଥା ହୋଇଛି ।

ବରିଷ୍ଠ ନାଗରିକମାନେ ତାଙ୍କର ସୁବିଧା ଓ ଅସୁବିଧା ନେଇ ସିଧା ସଳଖ ହ୍ୱାଟ୍ସଆପ ନମ୍ବର ମାଧ୍ୟମରେ ଏସପି ସୁନ୍ଦରଗଡଙ୍କ ସହ କଥାବାର୍ତ୍ତା ହୋଇପାରିବେ । ଏହାସହ ସେମାନଙ୍କ ଅସୁବିଧା ପ୍ରକାଶ କରିପାରିବେ ବୋଲି ଏସ.ପି କହିଛନ୍ତି । ତେବେ ଏନେଇ ସେ ପରିଚୟ ପତ୍ରର ପଛ ପଟେ ଦୁଇଟି ନମ୍ବର ଉଲ୍ଲେଖ କରିଛନ୍ତି । ସେଗୁଡିକ ହେଲା, 06622-272218 (ପେଲିସ ହେଲ୍ପଲାଇନ) ଓ 9438916954 (ହ୍ବାଟ୍ସଆପ) ।

ଏହା ସହ ସଂପୃକ୍ତ ବ୍ୟକ୍ତିମାନେ ଯଦି ଖାଦ୍ୟ ପାଇବା ନେଇ ପୋଲିସକୁ ସୂଚନା ଦିଅନ୍ତି, ତେବେ ସେମାନଙ୍କୁ ମାଗଣାରେ ଦୁଇ ଓଳି ରନ୍ଧା ଖାଦ୍ୟ (ବାଲେନସ୍ଡ ଡାଏଟ) ପହଞ୍ଚାଇବା ନେଇ ପୋଲିସ ବ୍ୟବସ୍ଥା କରିବ ବୋଲି ଏସ.ପି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details