ଓଡିଶା

odisha

ETV Bharat / state

କୋଭିଡ୍ ଗାଇଡଲାଇନ୍ ମାନିବାକୁ ସୁନ୍ଦରଗଡ଼ ପୋଲିସର ସତର୍କତା - Covid guidelines Sundargarh

ସୁନ୍ଦରଗଡ଼ରେ କୋଭିଡ୍-୧୯ ଗାଇଡଲାଇନ୍ କଡ଼ାକଡ଼ି ପାଳନ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଆସିଛି। ଏହାପରେ ଜିଲ୍ଲା ପୋଲିସ ଲୋକଙ୍କୁ ସତର୍କ କରାଇଛି। ଏଣିକି ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଅଧିକ ପଢ଼ନ୍ତୁ...

କୋଭିଡ୍ ଗାଇଡଲାଇନ୍ ମାନିବାକୁ ସୁନ୍ଦରଗଡ଼ ପୋଲିସର ସତର୍କତା
କୋଭିଡ୍ ଗାଇଡଲାଇନ୍ ମାନିବାକୁ ସୁନ୍ଦରଗଡ଼ ପୋଲିସର ସତର୍କତା

By

Published : Mar 26, 2021, 6:23 AM IST

ସୁନ୍ଦରଗଡ଼: ରାଜ୍ୟର କେତେକ ସ୍ଥାନରେ ପୁଣି ନୂଆ ଷ୍ଟ୍ରେନର କୋରୋନା ସଂକ୍ରମଣ ଦେଖାଦେଇଛି। ଏହାକୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍-୧୯ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯାଉଛି। କୋଭିଡ୍-୧୯ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲା ପ୍ରଶାସନର ପଦକ୍ଷେପ ନେଇ ଜିଲ୍ଲା ପୋଲିସ ମଧ୍ୟ ଅଣ୍ଟା ଭିଡ଼ିଛି । କୋଭିଡ କଟକଣାକୁ କଡାକଡ଼ି ପାଳନ କରିବା ପାଇଁ ଆଜି (ଗୁରୁବାର) ଜନସାଧାରଣଙ୍କୁ ସଚେତନ କରିଛି ପୋଲିସ। କୋଭିଡ କଟକଣା ଉପରେ ନଜର ରଖିବାକୁ ଏନଫୋର୍ସମେଣ୍ଟ ପାଇଁ ମଧ୍ୟ ପ୍ରସ୍ତୁତ ଅଛି । ତେବେ ସୁନ୍ଦରଗଡ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଟାଉନ ପୋଲିସ ସହରର ପ୍ରମୁଖ ସ୍ଥଳ ଗୁଡିକରେ ସତର୍କ ଘଣ୍ଟି ବଜାଇଛି।

ଏହାସହ ଆବଶ୍ୟକ ନଥିଲେ ଘରୁ ବାହାରିବାକୁ ମନା କରାଯାଉଛି । କୋଭିଡ କଟକଣାକୁ ମାନିବାକୁ ବାଧ୍ୟତାମୂଳକ କାରଯାଇଛି। ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଥିବା ବେଳେ ସାମାଜିକ ଦୂରତାକୁ ମଧ୍ୟ ପାଳିବାକୁ କୁହାଯାଇଛି । କୋଭିଡ କଟକଣାକୁ ଅବମାନନା କଲେ ସଂପୃକ୍ତ ବ୍ୟକ୍ତି ବିଶେଷ ଆଇନର ପରିସର ଭୁକ୍ତ କରିବ ବୋଲି ଚେତାବନୀ ଦେଇଛି ଟାଉନ ପୋଲିସ।

ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details