ଓଡିଶା

odisha

ETV Bharat / state

7 ବର୍ଷ ପରେ ମିଳିଲା 4 ବର୍ଷର ଶିଶୁ କନ୍ୟାଙ୍କୁ ନ୍ୟାୟ, ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ

ଅପହରଣ ଏବଂ ଦୁଷ୍କର୍ମ ସହ ହତ୍ୟା ମାମଲାରେ ଶୁଣାଣି କଲେ ପୋକ୍ସ କୋର୍ଟ । ଘଟଣାର ସାତ ବର୍ଷ ପରେ ମିଳିଲା ଶିଶୁକୁ ନ୍ୟାୟ । ଅଭିଯୁକ୍ତକୁ ଫାଶୀଦଣ୍ଡ ଶୁଣାଇଲେ ପୋକ୍ସ କୋର୍ଟ। ଅଧିକ ପଢନ୍ତୁ

7 ବର୍ଷପରେ ମିଳିଲା ନ୍ୟାୟ
7 ବର୍ଷପରେ ମିଳିଲା ନ୍ୟାୟ

By ETV Bharat Odisha Team

Published : Oct 19, 2023, 10:54 PM IST

7 ବର୍ଷପରେ ମିଳିଲା ନ୍ୟାୟ

ରାଉରକେଲା: 7 ବର୍ଷପରେ ମିଳିଲା ନ୍ୟାୟ । ସୁନ୍ଦରଗଡ଼ ପୋକ୍ସ କୋର୍ଟଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ରାୟ । ଜଣେ 4 ବର୍ଷର ନାବାଳିକା ଝିଅକୁ ଅପହରଣ ଏବଂ ଦୁଷ୍କର୍ମ କରିବା ସହ ନିର୍ମମ ଭାବେ ହତ୍ୟା କରିଥିଲା ଅଭିଯୁକ୍ତ । ତେବେ ଏହି ଲଜ୍ୟାଜନକ ଘଟଣାରେ ଦୁଷ୍କର୍ମକାରୀ ଅଭିଯୁକ୍ତକୁ ଫାଶି ଦଣ୍ଡାଦେଶ ଦେଲେ ସ୍ୱତନ୍ତ୍ର ପୋକ୍ସ କୋର୍ଟ । 2016 ମସିହାରେ ସୁନ୍ଦରଗଡ଼ର ଟାଉନ ଥାନା ଅଞ୍ଚଳରେ ଘଟିଥିଲା ଏପରି ଅମାନବୀୟ ଘଟଣା । ଶୋଇଥିବା ଅବସ୍ଥାରେ ଏକ 4 ବର୍ଷର କୁନି ଝିଅକୁ ଅପହରଣ କରିଥିଲା ଅଭିଯୁକ୍ତ । ଏହାପରେ ତାକୁ ଦୁଷ୍କର୍ମ କରି ନର୍ମମ ଭାବେ ହତ୍ୟା କରିଥିଲା । ଏଭଳି ଏକ ନାରକୀୟ କାଣ୍ଡକୁ ଭିଆଇଥିଲା ସଞ୍ଜୀବ କେର୍କେଟା ।

ସୂଚନା ଅନୁଯାୟୀ, 2016 ମସିହାରେ ଅଭିଯୁକ୍ତ ସଞ୍ଜୀବ 4 ବର୍ଷର ଶିଶୁ କନ୍ୟାକୁ ଅପହରଣ କରି ଦୁଷ୍କର୍ମ ଓ ଏହାପରେ ଧରା ପଡିଯିବା ଭୟରେ କରିଥିଲା ନିର୍ମମ ହତ୍ୟା କରିଥିଲା । ଅପହରଣର 3 ଦିନ ପରେ ଶିଶୁ କନ୍ୟାର ଗଳିତ ମୃତଦେହ ଉଦ୍ଧାର କରିଥିଲେ ପୋଲିସ । ଏହାପରେ ଏକ ସମ୍ବେଦନଶୀଳ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ତଦନ୍ତ କରିଥିଲା ପୋଲିସ । ତେବେ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ବର୍ତ୍ତମାନ ଘଟଣାର ସାତ ବର୍ଷ ପରେ ଏହି ଘଟଣାର ବିଚାର କରି ସୁନ୍ଦରଗଡ଼ ପୋକ୍ସୋ କୋର୍ଟ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ 7ବର୍ଷ ପରେ ନାବାଳିକାର ଶିଶୁ କନ୍ୟାକୁ ନ୍ୟାୟ ମିଳିଥିବା କହିଛନ୍ତି ନାବାଳିକାଙ୍କ ମା‘ ଏବଂ ପରିବାର ଲୋକେ ।

ଏହା ମଧ୍ୟ ପଢନ୍ତୁ...ନାବାଳିକାଙ୍କୁ ମିଳିଲା ନ୍ୟାୟ, ଦୁଷ୍କର୍ମକାରୀକୁ 20 ବର୍ଷ ସଶ୍ରମ କାରାଦଣ୍ଡ

ତେବେ ନିକଟରେ କେନ୍ଦୁଝର ଜିଲ୍ଲା ପୋକ୍ସୋ କୋର୍ଟ ଏକ ଦୁଷ୍କର୍ମ ମାମଲାକୁ ନେଇ ଶୁଣାଣି କରିଥିଲେ । ଏହି ଘଟଣାରେ ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ 20 ହଜାର ଟଙ୍କା ଜରିମାନା ପାଇଁ କୋର୍ଟ ରାୟ ଶୁଣାଇଛନ୍ତି । ତେବେ କେସ ପରିଚାଳନା ହେଉଥିବା ବେଳେ ପୀଡିତାକୁ କ୍ଷତିପୂରଣ ବାବଦକୁ ୬ଲକ୍ଷ ଟଙ୍କା ପ୍ରଦାନ ପାଇଁ ପୋକ୍ସୋ କୋର୍ଟ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । 2019 ମସିହାରେ ପୀଡିତାଙ୍କୁ ଦୁଷ୍କର୍ମ କରିଥିବା ମହା ଟୁଡୁକୁ ପୋକ୍ସୋ କୋର୍ଟ ୧୬ ଜଣ ସାକ୍ଷୀକୁ ଭିତ୍ତି କରି ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଥିଲେ ।

ଏହା ମଧ୍ୟ ପଢନ୍ତୁ...୬ ବର୍ଷ ପରେ ଦୁଷ୍କର୍ମ ପୀଡ଼ିତାଙ୍କୁ ମିଳିଲା ନ୍ୟାୟ, ୧୦ ବର୍ଷ କାରାଦଣ୍ଡାଦେଶ ଦେଲେ ପୋକ୍ସୋ କୋର୍ଟ

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

...view details