ସୁନ୍ଦରଗଡ଼:କୁଆଁରମୁଣ୍ଡା ବ୍ଲକ ଝାରବେଡା ପଞ୍ଚାୟତର କାରୀଛାପଲ ଗାଁରେ ରାଷ୍ଟ୍ରୀୟ ସମ୍ମାନ ସହ ଯବାନ ମୁନ୍ନା ଓରାମଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ନବମ ବାଟାଲିୟନ ଜେନେରାଲ ମୁନ୍ନା ଓରାମଙ୍କୁ ସମ୍ମାନ ଜଣାଇଛନ୍ତି । ଭାରତୀୟ ସେନାବାହିନୀର ଲଦାଖ ଡିଭିଜନର ନାଶିକ ଆର୍ଟ୍ରିରେ କାର୍ଯ୍ୟରତ ଥିଲେ ମୁନ୍ନା । ଘରକୁ ଛୁଟିରେ ଫେରୁଥିବାବେଳେ ଏକ ଟ୍ରେନ ଦୁର୍ଘଟଣାରେ ତାଙ୍କ ପ୍ରାଣହାନୀ ହୋଇଥିଲା । ଏହାପରେ ଆଜି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଯବାନ, ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ - ସୁନ୍ଦରଗଡ଼ରେ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ
କୁଆଁରମୁଣ୍ଡା ବ୍ଲକ ଝାରବେଡା ପଞ୍ଚାୟତର କାରୀଛାପଲ ଗାଁରେ ରାଷ୍ଟ୍ରୀୟ ସମ୍ମାନ ସହ ଯବାନ ମୁନ୍ନା ଓରାମଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅଧିକ ପଢ଼ନ୍ତୁ

ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଯବାନ, ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ
ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଯବାନ, ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ
ମୁନ୍ନା ଓରାମଙ୍କ ଶେଷ ଯାତ୍ରାରେ ନବମ ବାଟାଲିୟନ ଜେନେରାଲ ସାମିଲ ହୋଇଥିଲେ । ତେବେ ଏଥିରେ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଜନ ପ୍ରତିନିଧି ସାମିଲ ହୋଇନଥିଲେ । ତାଙ୍କ ପରିବାର ବର୍ଗ ଓ ସାହି ପଡ଼ିଶା ଲୋକେ ମୁନ୍ନାଙ୍କୁ ସମାଧି ଦେଇଥିଲେ । ମୁନ୍ନାଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ, କୁନିପୁଅ ଓ ବୁଢ଼ା ବାପା ମାଆ ଅସହାୟ ହୋଇ ପଡ଼ିଛନ୍ତି ।
ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ