ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ହେମଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ । ଜଣେ ମହିଳା ସ୍ବାସ୍ଥ୍ୟକର୍ମୀଠାରୁ 5 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଛନ୍ତି ସ୍ବାସ୍ଥ୍ୟ ଅଧିକାରୀ ଶ୍ରଦ୍ଧାକର ଗଡ଼ତିଆ । ଦୁଇଟି ସିଏଲ ଛୁଟିକୁ ନିୟମିତ କରାଇବାକୁ ସ୍ବାସ୍ଥ୍ୟ ଅଧିକାରୀ ଲାଞ୍ଚ ନେଉଥିବା ଜଣାପଡ଼ିଛି ।
2016 ମସିହାରେ କଳ୍ପନା ପଟେଲ ନାମକ ଜଣେ ସ୍ବାସ୍ଥ୍ୟକର୍ମୀ ଦୁଇଟି ସିଏଲ ଛୁଟି ନିୟମିତ ହୋଇ ପାରିନଥିଲା । ଏଥିପାଇଁ ସେ ବାରମ୍ବାର ତତ୍କାଳୀନ ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ଶ୍ରଦ୍ଧାକର ଗଡ଼ତିଆ ନିକଟରେ ଛୁଟି ନିୟମିତ କରିବାକୁ ନିବେଦନ କରିଥିଲେ। ହେଲେ ଏଥିପାଇଁ ସ୍ବାସ୍ଥ୍ୟ ଅଧିକାରୀ ତାଙ୍କୁ 5 ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାକୁ ନେଇ ଭିଜିଲାନ୍ସଙ୍କ ଦ୍ବାରସ୍ତ ହୋଇଥିଲେ ସ୍ବାସ୍ଥ୍ୟକର୍ମୀ।