ଓଡିଶା

odisha

ଜଙ୍ଗଲ ସୁରକ୍ଷା ପାଇଁ ସୁନ୍ଦରଗଡ ବନ ବିଭାଗର ପ୍ରୟାସ

ଉଜୁଡା ଜଙ୍ଗଲର ପୁନରୁଦ୍ଧାର ଏବଂ ଜଙ୍ଗଲ ଅଧିବାସୀଙ୍କ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ସୁନ୍ଦରଗଡ ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଦକ୍ଷତା ବୃଦ୍ଧି ତାଲିମ କର୍ମଶାଳା ଅନୁଷ୍ଠିତ । ଅଧିକ ପଢନ୍ତୁ...

By

Published : Feb 21, 2021, 8:28 PM IST

Published : Feb 21, 2021, 8:28 PM IST

ଜଙ୍ଗଲ ସୁରକ୍ଷା ପାଇଁ ସୁନ୍ଦରଗଡ ବନ ବିଭାଗର ପ୍ରୟାସ
ଜଙ୍ଗଲ ସୁରକ୍ଷା ପାଇଁ ସୁନ୍ଦରଗଡ ବନ ବିଭାଗର ପ୍ରୟାସ

ସୁନ୍ଦରଗଡ:ଜଙ୍ଗଲ ସୁରକ୍ଷା ପାଇଁ ସୁନ୍ଦରଗଡବନ ବିଭାଗର ନିଆରା ପଦକ୍ଷେପ । ବନ ସହାୟକ ଓ ସହୟିକାଙ୍କୁ ନେଇ ଏକ ସ୍ବତନ୍ତ୍ର ଦକ୍ଷତା ବୃଦ୍ଧି ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଛି । କର୍ମଶାଳାରେ ଉଜୁଡା ଜଙ୍ଗଲର ପୁନରୁଦ୍ଧାର ଏବଂ ଜଙ୍ଗଲ ଅଧିବାସୀଙ୍କ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ସଦର ରେଞ୍ଜ ଅଫିସର ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହି ରେଞ୍ଜର ସମସ୍ତ ଫରେଷ୍ଟର, ଫରେଷ୍ଟ ଗାର୍ଡ, ଜଙ୍ଗଲ ପାଇଁ ସ୍ବେଚ୍ଛାକୃତ ଭାବେ କାମ କରୁଥିବା ବ୍ୟକ୍ତି ଏବଂ ସେଲ୍ଫ ହେଲ୍ପ ଗ୍ରୁପଙ୍କୁ ସ୍ବତନ୍ତ୍ର ତାଲିମ ଦେଇଛନ୍ତି ।

ଜଙ୍ଗଲ ସୁରକ୍ଷା ପାଇଁ ସୁନ୍ଦରଗଡ ବନ ବିଭାଗର ପ୍ରୟାସ

ଏହାସହ ଅସାମାଜିକ ବ୍ୟକ୍ତିଙ୍କ କବଳରୁ ଜଙ୍ଗଲକୁ ଯେପରି ସୁରକ୍ଷିତ ରଖାଯାଇ ପାରିବ ସେନେଇ ତୀକ୍ଷ୍ଣ ଦୃଷ୍ଟି ଦେବାକୁ କୁହାଯାଇଛି । କେତେକ ଖଳ ପ୍ରକୃତି ଲୋକ ଜଙ୍ଗଲରେ ନିଆଁ ଲଗାଇ ବନ ବିଭାଗ କର୍ମଚାରୀଙ୍କ ହତାଶ କରୁଥିବା ନେଇ ରେଞ୍ଜ ଅଫିସର କ୍ଷୋଭ ପ୍ରକାଶ କରିବା ସହ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ମିଳିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ବ୍ୟବସ୍ଥା ହେଉଥିବା ଜଣାଇଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details