ସୁନ୍ଦରଗଡ:ଜଙ୍ଗଲ ନିଆଁକୁ ପ୍ରତିହତ କରିବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ସହ ସ୍ୱତନ୍ତ୍ର ପଦକ୍ଷେପ ନେଲେ ସୁନ୍ଦରଗଡ ଡିଏଫଓ । ବନ କର୍ମଚାରୀଙ୍କ ଅନାବଶ୍ୟକ ଛୁଟି ବାତିଲ କରାଯିବ ବୋଲି କହିଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ ।
ଭୟାବହ ଅଗ୍ନିକାଣ୍ଡରୁ ଜଙ୍ଗଲକୁ ରକ୍ଷା କରିବାନେଇ ସୁନ୍ଦରଗଡ ବନଖଣ୍ଡ ଅଧିକାରୀ ଆରମ୍ଭ କରିଛନ୍ତି ସ୍ୱତନ୍ତ୍ର ଅଗ୍ନି ପ୍ରତିହତ ବ୍ୟବସ୍ଥା । ସୁନ୍ଦରଗଡ ବନ ଖଣ୍ଡ ଅଧୀନରେ ଥିବା ସମସ୍ତ ଅଞ୍ଚଳରେ ଜଙ୍ଗଲ ନିଆଁକୁ ପ୍ରତିହତ କରିବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ସହ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି ସୁନ୍ଦରଗଡ ଡିଏଫଓ । ଏଣିକି ବନ କର୍ମଚାରୀଙ୍କ ଅନାବଶ୍ୟକ ଛୁଟିକୁ ବାତିଲ କରାଯିବା ନେଇ ନିଷ୍ପତ୍ତି ହୋଇଛି ।