ସୁନ୍ଦରଗଡ: ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କଲା ବିଜେପି । ସୁନ୍ଦରଗଡ ବିଜେପି ଯୁବମୋର୍ଚ୍ଚା ମାହାଙ୍ଗା ହତ୍ୟା ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି । ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଦର୍ଶାଇ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ମଙ୍ଗଳବାର ଡିଆରଡିଏ ଛକରେ ଯୁବମୋର୍ଚ୍ଚା ପକ୍ଷରୁ ତାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଏହାସହ ରାଜ୍ୟର ଆଇନ ଶୃଙ୍ଖଳା ଉପରେ ଆଙ୍ଗୁଳି ଉଠାଇଛି ଦଳ ।
ଶାସକ ଦଳକୁ ବିଜେପି ଯୁବମୋର୍ଚ୍ଚାର ଟାର୍ଗେଟ, ପ୍ରତାପ ଜେନାଙ୍କ ବହିଷ୍କାର ଦାବି - ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ
ମାହାଙ୍ଗା ହତ୍ୟା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ଷ୍ଟିକର ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି ଯୁବମୋର୍ଚ୍ଚା । ଅଧିକ ପଢନ୍ତୁ...
ଶାସକ ଦଳକୁ ବିଜେପି ଯୁବମୋର୍ଚ୍ଚାର ଟାର୍ଗେଟ, ପ୍ରତାପ ଜେନାଙ୍କ ବହିଷ୍କାର ଦାବି
ଶାସକ ଦଳକୁ ବିଜେପି ଯୁବମୋର୍ଚ୍ଚାର ଟାର୍ଗେଟ, ପ୍ରତାପ ଜେନାଙ୍କ ବହିଷ୍କାର ଦାବି
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଗୃହରେ ବିଜୁ ପକ୍କାଘର ଷ୍ଟିକର ଲଗାଯିବା ଘଟଣାକୁ ମଧ୍ୟ ସମାଲୋଚନା କରିଛି ବିଜେପି ଯୁବମୋର୍ଚ୍ଚା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଆପେକ୍ଷ କରାଯାଇଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ